ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ମହାନଗର ନିଗମ (ପିଏମସି) ଘୋଷଣା ପରେ ଅଞ୍ଚଳରେ ଆନନ୍ଦ ଖେଳିଯାଇଛି । ନୂଆ କମିଶନର ଭାବେ ଆଇଏଏସ ଅରୁଗୁଳ ସ୍ନେହା ଯୋଗ ଦେଇଛନ୍ତି । ମହାନଗର ଘୋଷଣା ହେଲେ ମଧ୍ଯ ପୁରୁଣା ପୌରସଂସ୍ଥା କାର୍ଯ୍ୟାଳୟରେ ମହାନଗର କାର୍ଯ୍ୟ ଚାଲିଛି । ମହାନଗର ନୂଆ କାର୍ଯ୍ୟାଳୟ ପାଇଁ ଜାଗା ଚିହ୍ନଟ ହୋଇପାରିନାହିଁ । ପୁରୀ ନଗରାଞ୍ଚଳ ପରିଧି ଭିତରେ ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ ପୁରୀ ସଦରବ୍ଲକ ରହିଅଛି । ବଡ ଏରିଆ ଭିତରେ ଥିବାରୁ ସେଠାରେ ମହାନଗର କାର୍ଯ୍ୟାଳୟ ମୁଖ୍ଯ ଅଫିସ ଖୋଲିବା ପାଇଁ ଜନତା ଦାବି କଲେଣି ।















