• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିକଳ୍ପ ଜନବାଦୀ ବିକାଶ ନୀତିର ଘୋଷଣାପତ୍ର ଜାରି ସହିତ “ଲୋକ ଅଧିକାର ସମାବେଶ” ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
March 30, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ବିକଳ୍ପ ଜନବାଦୀ ବିକାଶ ନୀତିର ଘୋଷଣାପତ୍ର ଜାରି ସହିତ “ଲୋକ ଅଧିକାର ସମାବେଶ” ଆୟୋଜିତ
Share on FacebookShare on TwitterWhatsapp

ପ୍ରକୃତି, ପରିବେଶ ଓ ଲୋକଙ୍କ ଭିଟାମାଟି ସହ ଜୀବନ ଜୀବିକାର ଲଢେ଼ଇ ଜାରି ରହିବ ବୋଲି ନେତୃବୃନ୍ଦଙ୍କ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗତ ୨୫ ଫେବୃଆରୀରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ “ଲୋକ ଅଧିକାର ଯାତ୍ରା” ଆରମ୍ଭ ହୋଇ ଗତ ୨୩ ମାର୍ଚ୍ଚରେ କଟକରେ ସମାପ୍ତ ହେବା ପରେ ଆଜି ରାଜଧାନୀ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଲୋକ ଅଧିକାର ସମାବେଶ ଆୟୋଜିତ ହୋଇଯାଇଛି। ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ଵୟ ଏବଂ ସେଣ୍ଟର୍ ଫର୍ କ୍ଲାଇମେଟ୍ ଜଷ୍ଟିସ୍ ପକ୍ଷରୁ ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ସହସ୍ରାଧିକ ଲୋକ ଯୋଗଦେଇଥିଲେ।

ବିକାଶ ନାମରେ ପ୍ରାକୃତିକ ସମ୍ପଦଗୁଡ଼ିକୁ କର୍ପୋରେଟ ଲୁଣ୍ଠନ ପାଇଁ ଟେକି ଦେବା ବିରୋଧରେ ଏହି ସମାବେଶ ଆୟୋଜନ କରାଯାଇଥିଲା। ପ୍ରାକୃତିକ ସମ୍ପଦର ଅବିଚାରିତ ଲୁଣ୍ଠନ ମାଧ୍ୟମରେ ପ୍ରକୃତି, ପରିବେଶ ତଥା ଜନସାଧାରଣଙ୍କ ଜୀବନ ଜୀବିକାକୁ ଧ୍ୱଂସ କରି ରାଜ୍ୟକୁ ସମ୍ବଳହୀନ ନକରିବାକୁ ଲୋକ ଅଧିକାର ସମାବେଶ ଦାବି କରିଛି। ଏକ ବିକଳ୍ପ ବିକାଶଧାରା ଆପଣେଇବା ପାଇଁ ଏହି ଯାତ୍ରା ତଥା ସମାବେଶ ଏକ ଘୋଷଣାପତ୍ର ଜାରି କରିଛି। ଓଡ଼ିଶା ସରକାର, ବିଭିନ୍ନ ରାଜନୈତିକ ଦଳ ଏବଂ ସର୍ବୋପରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଏହି ବିକଳ୍ପ ବିକାଶ ନୀତି ସମ୍ପର୍କରେ ବିଚାର କରିବାକୁ ଲୋକ ଅଧିକାର ସମାବେଶ ଆହ୍ୱାନ କରିଛି।

ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍)ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ତଥା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ନେତା ଲିଙ୍ଗରାଜ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡଃ ବିଶ୍ୱଜିତ୍, ଓ ସାମାଜିକ କର୍ମୀ କଲ୍ୟାଣ ଆନନ୍ଦ ପ୍ରମୁଖ ଏହି ଆହ୍ୱାନ ଦେଇଥିଲେ। ବିଭିନ୍ନ ଜନ ଆନ୍ଦୋଳନର ନେତା କାର୍ତ୍ତିକ ନାୟକ, ଦାସିନନ୍ଦୀ ବାଲି, ଲକ୍ଷ୍ମୀ ସିସା, ବିବୁଲ୍ ଟପ୍ପୋ, କୃଷ୍ଣ ସିକକା, ଗମ୍ଭାରାମ ବେହେରା, ହର ବଣିଆ ପ୍ରମୁଖଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ଗଠନ କରାଯାଇଥିଲା।

ଲୋକ ଅଧିକାର ସମାବେଶରେ ବିକଳ୍ପ ଜନବାଦୀ ବିକାଶ ନୀତି ସମ୍ପର୍କରେ ଜାରି ହୋଇଥିବା ଘୋଷଣାପତ୍ରକୁ ସମର୍ଥନ କରି ବିଭିନ୍ନ ବୁଦ୍ଧିଜୀବୀ ଓ ରାଜନୈତିକ ନେତୃତ୍ୱ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଏହି ଲୋକ ଅଧିକାର ଯାତ୍ରା ତଥା ସମାବେଶ ସାଧାରଣ ଲୋକଙ୍କ ଲଢେ଼ଇ ଓ ପ୍ରତିରୋଧ ଆନ୍ଦୋଳନ ପାଇଁ ଏକ ମାଇଲଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ପ୍ରଫେସର ବୀରେନ୍ଦ୍ର ନାୟକ, ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ନେତା ଅଶୋକ ମିଶ୍ର, ଚାଷୀ ମୂଲିଆ ସଂଘର ବାସୁଦେବ ଦାସ,

ଟ୍ରେଡ୍ ୟୁନିୟନ ନେତା ମହେନ୍ଦ୍ର ପରିଡ଼ା, ଜନସ୍ୱାସ୍ଥ୍ୟ ଅଭିଯାନର ରାଜ୍ୟ ଆବାହକ ଗୌରାଙ୍ଗ ମହାପାତ୍ର, ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ, ବସ୍ତି ସୁରକ୍ଷା ମଞ୍ଚର ହେନାରାଣୀ, ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଦେବୀ ପ୍ରସାଦ ପୃଷ୍ଟି, ମୁକ୍ତି ସଂଗଠନ (ନରସିଂହପୁର)ର ସୁଶାନ୍ତ ମହାନ୍ତି, ପ୍ରଫେସର ସୁମିତ୍ରା ପଟେଲ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଲୋକ ଅଧିକାର ସମାବେଶର ଘୋଷଣାପତ୍ରକୁ ସମର୍ଥନ କରି ଜଳ ଜମି ଜଙ୍ଗଲ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଜନ ଆନ୍ଦୋଳନ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ।

ବିଭିନ୍ନ ଜନ ଆନ୍ଦୋଳନଗୁଡ଼ିକର ନେତା ଓ ନେତ୍ରୀ ଯଥା ଆଠକୋଶିଆ ସଂଗଠନର ଆନ୍ନା କୁଜ୍ଜୁର, ଏସାର୍ ମିନମେଣ୍ଟ ବିରୋଧୀ ଆନ୍ଦୋଳନର ଲପିତା ଦେହୁରୀ, ମା’ମାଟି ମାଳି ସୁରକ୍ଷା ମଞ୍ଚର କାଳିଦେଈ ମାଝୀ, ଋଷିକୂଲ୍ୟା ସୁରକ୍ଷା ସମିତିର ସୁଧୀର ରାଉତ, ନିୟମଗିରି ସୁରକ୍ଷା ସମିତିର ବିନତୀ କାଡ୍ରାକା, ଲୋକମୁକ୍ତି ସଂଗଠନର ଅନନ୍ତ, ଜିନ୍ଦାବାଦ ସଂଗଠନର ତ୍ରିଲୋଚନ ପୁଞ୍ଜି, ନାଗେଶ୍ୱରୀ ମାଳି ଡଙ୍ଗର ମହା ଗ୍ରାମସଭାର ନେତା ଅଜୟ ମୁଦୁଲି,

ମାଳି ପର୍ବତ ସୁରକ୍ଷା ସମିତିର ବିଜୟ ଖିଲୋ, ଚାଷୀ ମୂଲିଆ ସୁରକ୍ଷା ସମିତିର ବଳଭଦ୍ର ମଲ୍ଲିକ, ସେରୁବନ୍ଧ ସଂଗ୍ରାମ ସମିତିର ଟିକେଇ ଗାମେଲ, ଛେଣ୍ଡିପଦା ପରିବେଶ ସୁରକ୍ଷା ଆନ୍ଦୋଳନର ସୂର୍ଯ୍ୟ ନାରାୟଣ ନାଥ, ଲାଞ୍ଜିବେର୍ଣ୍ଣା ଡାଲମିଆ ସିମେଣ୍ଟ କାରଖାନା ସଂପ୍ରସାରଣ ବିରୋଧୀ ଆନ୍ଦୋଳନର ବିବୁଲ୍ ଟପ୍ପୋ, ହୀରାମଣି ମିଞ୍ଜ, ସୁବର୍ଣ୍ଣରେଖା ଓ ଜଳକା ନଦୀ ସୁରକ୍ଷା ଆନ୍ଦୋଳନର ନେତା ଅରୁଣ ଜେନା, ଲୋୟର ସୁକତେଲ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତିର ସତ୍ୟ ବନଛୋର, ସୁକିନ୍ଦାର ବିଶ୍ୱନାଥ ପାତ୍ର, ବଲାଙ୍ଗୀର ଗ୍ରାଫାଇଟ ଖଣି ବିରୋଧୀ ଆନ୍ଦୋଳନର ଗିରିରାଜ ଭୋଇ,

ବାଲିଆପାଳ ଜଳକା ନଦୀ ସୁରକ୍ଷା ଆନ୍ଦୋଳନର କମଳ ଲୋଚନ ବାରିକ ପ୍ରମୁଖ ସେମାନଙ୍କ ଭିଟାମାଟି ଓ ଜୀବନ ଜୀବିକାର ଲଢେଇ ବିଷୟରେ ବର୍ଣ୍ଣନା କରିଥିଲେ ତଥା ପ୍ରକୃତି ଓ ପରିବେଶକୁ ବଞ୍ଚାଇବାକୁ ବ୍ୟାପକ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଲୋକ ଅଧିକାର ଯାତ୍ରାର ସାଂସ୍କୃତିକ ଗୋଷ୍ଠୀ ରାଜକିଶୋର, କିଶୋର ମେହେର, ଲକ୍ଷ୍ମଣ ନାୟକ, ଉପେନ୍ଦ୍ର ଦ୍ରାଵିଡ଼, କୃଷ୍ଣ ସିକକାଙ୍କ ସହିତ ଗଞ୍ଜାମ ଜିଲ୍ଲା ସି.ଏସ୍.ଡି.ର ବିଜୟ ସ୍ୱାଇଁ ଓ ସାଥୀ, ହୀରାମଣି ମିଞ୍ଜ ଓ ସାଥୀ, ସମ୍ରାଟ ଚାଲାଣସେଠ୍ କବିଗୁରୁ, ବଳଭଦ୍ର ମଲ୍ଲିକ ପ୍ରମୁଖ ଜାଗରଣ ସଙ୍ଗୀତ ପରିବେଷଣ କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version