ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିନୋଦପଡାସ୍ଥିତ ରାଧାଗୋବିନ୍ଦ ଏଚ. ପି ଗ୍ୟାସ ଏଜେନସି କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାରଦିନ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଗ୍ୟାସ ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତା ଅବରୋଧ କରିଅଛନ୍ତି ! ସୂଚନା ଅନୁଯାୟୀ ଏଚ.ପି ଗ୍ୟାସ ଉପଭୋକ୍ତାମାନଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ ଦିନ ହେବ ଗ୍ୟାସ ବୁକିଙ୍ଗ କରିଥିଲେ ମଧ୍ୟ ଗ୍ୟାସ ଆଜି ମିଳିବ କାଲି ମିଳିବ କହି ଏଚ.ପି ଗ୍ୟାସ ଉପଭୋକ୍ତାମାନଙ୍କୁ ଫାଙ୍କି ଆସୁଥିଲେ ।

ଉପଭୋକ୍ତାମାନେ ବାରମ୍ବାର ଅଫିସକୁ ଆସି ଗ୍ୟାସ ନପାଇ ଖାଲି ହାତରେ ଫେରି ଯାଉଥିଲେ । ତେବେ ଆଜି ପୂର୍ବାହ୍ନ ସମୟରେ ଏଚ.ପି ଉପଭୋକ୍ତାମାନେ ଗ୍ୟାସ ସିଲିଣ୍ଡଗୁଡିକୁ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ରାସ୍ତାରେ ରଖି ଅବରୋଧ କରିଥିଲେ। ଫଳରେ ଖୋର୍ଦ୍ଧା, ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ଘଟଣାସ୍ଥଳରେ ଘଣ୍ଟା ଘଣ୍ଟା ଧରି ଶହ ଶହ ଗାଡ଼ିଗୁଡିକ ଅଟକି ରହିଥିଲା।















