କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- “ଫାର୍ମା Anveshan ୨୦୨୬” ଉଦଯାପନ ଉତ୍ସବ ଅବସରର ଏକ ଭବ୍ୟ “ୟୁଥ୍ ଫାର୍ମାର ଫଷ୍ଟିଭାଲ୍” ଓ ମନ୍ଥନ କାର୍ଯ୍ୟକ୍ରମ ସୁନ୍ଦରଗ୍ରାମ ସ୍ଥିତ ଦଧିଚି କଲେଜ ଅଫ୍ ଫାର୍ମାସି ଅନୁଷ୍ଠାନ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଫାର୍ମାସି କାଉନସିଲ୍ ଅଫ୍ ଇଣ୍ଡିଆର ଏକ୍ସକ୍ୟୁଟିଭ ମେମ୍ବର ଶ୍ରୀ ଧର୍ମେନ୍ଦ୍ର ସିିଂହ ଯୋଗ ଦେଇ ଫାର୍ମା କ୍ଷେତ୍ରର ଭବିଷ୍ୟତ ଓ ଯୁବମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା,ଓଡିଆ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତା ଶ୍ରୀ ସୁଭାସିଷ୍ ଶର୍ମା। ସେ ତାଙ୍କ ଉପସ୍ଥିତି ଓ ମନୋରଞ୍ଜନମୟ ପ୍ରଦର୍ଶନ ଦ୍ଵାରା ସମସ୍ତଙ୍କୁ ଆନନ୍ଦିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ସହିତ ଫାର୍ମା ବିଷୟରେ ଗୁରୁତ୍ ପୁର୍ଣ୍ଣ ଆଲୋଚନା କରିଥିଲେ । ଏଥିରେ ଅନେକ ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ । ଏଥିରେ କୃତୀ ବିଜେତା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ ପ୍ରଦାନ କରାଯାଇଥିଲା ।















