ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ । ଯାହା ଫଳରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏହି ପରିପେକ୍ଷୀରେ ଗଜପତି ଜିଲ୍ଲାରେ କଂଗ୍ରେସ ପ୍ରେମୀଙ୍କ ଠାରେ ଗଭୀର ଉଦବେଗ ପ୍ରକାଶ ପାଇବା ସହ ମୋହନା ଓ ରାୟଗଡା ଆଦି ଅଞ୍ଚଳରେ ବିଧାୟକ ଦାଶରଥିଙ୍କ କୁଶ ପୁତ୍ତଳିକାକୁ ଦାହ କରାଯାଇଥିଲା l















