ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସୁନ୍ଦର ପରିବେଶ ବିଦ୍ୟାଳୟ ପରିସର । ଉପାନ୍ତ ଅଞ୍ଚଳରେ ସ୍ମାର୍ଟ କ୍ଲାସ୍ ରୁମ୍ ରେ କେରଳ ମୋଡେଲ୍ ରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ,ଶିକ୍ଷୟତ୍ରୀ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଏ କେଉଁ ସହରାଞ୍ଚଳର ଖବର ନୁହେଁ । ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସୁଡ୍ରା ପଞ୍ଚାୟତର ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟର ଖବର । ବିଦ୍ୟାଳୟଟି ପାହାଡ଼ ପାଦ ଦେଶରେ ରହିଥିଲେ ମଧ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୀର୍ଥବାସୀ ଘଡ଼ାଇଙ୍କ ନିଜସ୍ବ ଉଦ୍ୟମରେ ବିଦ୍ୟାଳୟ ପରିବେଶକୁ ଅତି ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି ।















