ଅସ୍ତରଙ୍ଗ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶ୍ରୀମା ୱେଲଫେୟାର ଫାଉଣ୍ଡେସନ ଓ ଅସ୍ତରଙ୍ଗ, କାକଟପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ”ସୁମନ” ଭଲ୍ୟୁଣ୍ଟରସର ମିଳିତ ସହଯୋଗରେ ଅସ୍ତରଙ୍ଗର ଜାହାନିଆଁ”ପୀର ଠାରେ ସ୍ବାସ୍ଥ୍ୟ ସମ୍ବଦୀୟ ଏକ ପାଠ ଚକ୍ର କାର୍ଯ୍ଯ କାର୍ଯ୍ୟକ୍ରମ ଓଡିଶା ସହଯୋଗୀ ସୁକାନ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସୁମନ” ଭଲ୍ୟୁଣ୍ଟରସ ମାନଙ୍କର ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଲକର ବିପିଏମ ସୁନିଲ କୁମାର ସାମନ୍ତରାୟ, ବି ଏ ଏମ୍ ରଞ୍ଜନ କୁମାର ମିଶ୍ର, ବି ଡି ଏମ୍ ଅମରେଶ ମହାରଣା ,

କାକଟପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର ଗଙ୍ଗାଧର ପଣ୍ଡା, ପ୍ରମୁଖ ଯୋଗ ଦେଇ ” ଆମ ସ୍ବାସ୍ଥ୍ୟ ଆମ ହାତରେ” ସ୍ଵାସ୍ଥ୍ୟ ସମ୍ବନ୍ଧିୟ ଶିକ୍ଷା ବିଷୟରେ ମତବ୍ୟକ୍ତ କରିଥିଲେ । ଏହି ପାଠଚକ୍ର କାର୍ଯ୍ୟକ୍ରମରେ ସୁମନ ଜୋନ ସଂଗଠକ ଶ୍ରୀଧର ବେହେରା, ପୁରୀ ଜିଲ୍ଲା ପାଠଚକ୍ରର ବିଶ୍ବମ୍ବର ସାହୁ, ପୁରୀ ଜିଲ୍ଲା ସଂଗଠିକା କୌଶଲ୍ୟା ସାମଲ, କାକଟପୁର ସହଯୋଗୀ ନିରଞ୍ଜନ ସ୍ୱାଇଁ ,
ପ୍ରମୁଖ ଯୋଗ ଦେଇ “ସୁମନର” ବିଭିନ୍ନ ଆଭିମୂଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କାକଟପୁର, ଅସ୍ତରଙ୍ଗ ବ୍ଲକର ସମସ୍ତ ସୁମନ ଭଲ୍ୟୁଣ୍ଟରସ ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ” ସୁମନ” ଭଲ୍ୟୁଣ୍ଟରସ ମାନଙ୍କର ଉନ୍ନତି ତଥା ଭବିଷ୍ୟତର ଜୀବନ ଜୀବିକା ପାଇଁ ସରକାର ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସୁମନ କର୍ମଚାରୀମାନେ ନିବେଦନ କରିଛନ୍ତି ।














