No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମହିଳା ଦିବସ ଉପଲକ୍ଷେ ମହିଳା ମାନଙ୍କୁ ସଶକ୍ତ ତଥା ସୁସ୍ଥ ରଖିବା ଲକ୍ଷ୍ୟ ରେ ଆଜି ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଛି ଯୋଗ ଶିବିର ।କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ସହଯୋଗ ରେ ଅନୁଷ୍ଠିତ ଏହି ଶିବିର କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଉଦଘାଟନ କରିବା ସହ ଯୋଗ ଦ୍ଵାରା ଶାରିରୀକ ସୂସ୍ଥତା ଓ ମାନସିକ ସ୍ଥିରତା ଦୃଢ ହୋଇଥାଏ ବୋଲି କହିଥିଲେ ।

ନିୟମିତ ଯୋଗ,ଧ୍ୟାନ,ପ୍ରାଣାୟମ,ଚାଲିବା ଅଭ୍ୟାସ ସମସ୍ତଙ୍କୁ ସୁସ୍ଥ ରଖିବା ସହ ଅସୁସ୍ଥତା ବଶତଃ ଆର୍ଥିକ କ୍ଷତି ରୁ ମଧ ସୁରକ୍ଷା ଦେଇଥାଏ ବୋଲି ସେ ମତ ଦେଇଥିଲେ । ପରେ ଜୁମ୍ବା, ଏରୋବେଟିକ୍ସ, ପାରମ୍ପରିକ ନୃତ୍ୟ ମାଧ୍ୟମରେ ର ପ୍ରଶିକ୍ଷଣ ଦିଆଯାଇଥିଲା । ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଯୋଗ ପ୍ରଶିକ୍ଷକ ଆଲୋକ କୁମାର ସ୍ବାଇଁ,

ଜୁମ୍ବା ନୃତ୍ୟ ଗୁରୁ ବିକ୍ରମ ଦେବନାଥ ଓ ସାଥୀ ପ୍ରମୁଖ ଯୋଗ ଦେଇଥିଲେ । କ୍ରୀଡା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଆସନ୍ତା କାଲି ୭ ତାରିଖରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ଆତ୍ମସୁରକ୍ଷା, ନେତୃତ୍ୱ ନେବା ଶୈଳୀ ଓ କ୍ୟାରିଅର ଗଠନ ସଚେତନତା, ଜୁଡୋ,କରାଟେ, ବକ୍ସିଂ ଇତ୍ୟାଦି ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ସେହିପରି ୮ ତାରିଖ ଶେଷ ଦିନ ଅର୍ଥାତ ମହିଳା ଦିବସରେ ଏକ ମାରାଥନ ଅନୁଷ୍ଠିତ ହେବ ।

No Result
View All Result