ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଜଣେ କାର୍ଯ୍ୟରତ ନସିଂ ଅଫିସରଙ୍କୁ ଗାଳି ଗୁଲଜ, ଆକ୍ରମଣ ଓ ରୋଗୀ ସେବା କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପୋଲିସ 3 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି. ଗତକାଲି ସନ୍ଧ୍ୟା 7 ଟା 30 ସମୟରେ ମନୋଜ କୁମାର ସବର ଜିଲ୍ଲା ଡାକ୍ତରଖାନାରେ ନସିଂ ଅଫିସର ଭାବେ ନିଜ କାର୍ଯ୍ୟ ସମ୍ପାଦନ କରୁଥିଲେ.















