ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖରାଦିନ ଆରମ୍ଭ ନ ହେଉଣୁ ପିଇବା ପାଣିର ଅଭାବ ପରିଲକ୍ଷିତ ହୋଇଥିବାବେଳେ ପିଇବା ପାଣିକୁ ନେଇ ଘର ନିର୍ମାଣ କାମରେ ଲଗାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ମହିଳାମାନେ । ଏଭଳି ଘଟଣା ଦେଖୁବାକୁ ମିଳିଛି ମୋହନା ବ୍ଲକ ଲିଲିଗଡ଼ ପଞ୍ଚାୟତର ଏକ୍ରିକୂପା ଗ୍ରାମରେ ଗୁରୁବାର ଦିନ ଟ୍ରାକ୍ଟରରେ ପାଣି ନେଇ ଯାଉଥିବା ପାଣି ଟାଙ୍କି ଗାଡ଼ିକୁ ଅଟକାଇ ପ୍ରତିବାଦ କରିଛନ୍ତି ଗ୍ରାମର ମହିଳାମାନେ.















