ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜାତୀୟ ଯୁବ ରେଡକ୍ରସ ସଂସ୍ଥା ଓ ମଡେଲ ଡିଗ୍ରୀ କଲେଜ ଆନୁକୂଲ୍ୟରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରକ୍ତହୀନତା ପ୍ରଭାବ ଆକଳନ ନିମନ୍ତେ ହେମୋଗ୍ଲୋବିନର ମାତ୍ରା ନିର୍ଣ୍ଣୟ ଉଦ୍ଦେଶ୍ୟରେ ଏକ ଦିନିଆ ଜିଲ୍ଲାସ୍ତରୀୟ ଶିବିର ଅନୁଷ୍ଠିତ ହୋଇଯାଇଅଛି | ଏହି ଶିବିରରେ ଜିଲ୍ଲାର ୧୨ ଗୋଟି ମହାବିଦ୍ୟାଳୟରୁ ପାଖାପାଖି ୩୫୦ ଛାତ୍ରୀ ଅଂଶଗ୍ରହଣ କରି ନିଜ ରକ୍ତ ନମୁନା ପରୀକ୍ଷା କରିଥିଲେ |















