No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଖାଦ୍ଯ ସୁରକ୍ଷା ଅଧିକାରିଣୀ ରାଜେଶ୍ବରୀ ପତି ଓ ତାଙ୍କ ଟିମ ସାକ୍ଷୀଗୋପାଳର ବିଭିନ୍ନ ମିଠା ଦୋକାନ ଓ ହୋଟେଲର ଖାଦ୍ଯ ଯାଞ୍ଚ କରି ଜୋରିମାନା ଆଦାୟ କରିଛନ୍ତି । ୩୦ କେଜି ଦୂଷିତ ଖାଦ୍ଯକୁ ନଷ୍ଟ କରାଯାଇ ୨୬ ହାଜର ୫ଶହ ଆଦାୟ କରାଯାଇଥିଲା ।
ବିଭିନ୍ନ ରନ୍ଧାଖାଦ୍ୟ ପ୍ରସ୍ତୁତ କରୁଥିବା ହୋଟେଲ ଓ ଜଳଖିଆ ଦୋକାନର ଫୁଡ ସେଫଟି ସାର୍ଟିଫିକେଟ ଓ କେଉଁ ପିଣି ବ୍ଯବହାର କରୁଛନ୍ତି ତାର ମାନ ପରୀକ୍ଷା , ଖାଦ୍ଯ ଠିକ ଭାବେ ଗୁଣବତ୍ତା ରହିଛି କି ନାହଁ , ହୋଟେଲର ପରିଷ୍କାର ପରିଚ୍ଛନ୍ନତା, ରୋଷେଇ ଶାଳର ପରିଚ୍ଛନ୍ନତା ବୁଲି ଦେଖିଥିଲେ ।
ଟିମ ସହ ସତ୍ଯବାଦୀର ଅତିରିକ୍ତ ତହସିଲଦାର ଓ ପୋଲିସ ସାମିଲ ହୋଇଥିଲେ । କଣାସର ଝାଡାବାନ୍ତି ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସାକ୍ଷୀଗୋପାଳ ଚଢ଼ାଉ ହେବା ଘଟଣା ଦେଖି ହୋଟେଲ ଓ ଜଳଖିଆ ଦୋକାନିମାନ ଛାନିଆ ହୋଇଥିବା ପରିଲକ୍ଷିତ ହୋଇଥିଲା ।

No Result
View All Result