No Result
View All Result
ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ୨୦୨୭ ମସିହା ପଂଚାୟତ ନିର୍ବାଚନ ଯେତିକି ନିକଟତର ହୋଇ ଆସୁଛି ବିଭିନ୍ନ ଦଳର ପତିଆରା ପଦର୍ଶନ ପାଇଁ ଏବେଠାରୁ ଶକ୍ତି ପଦର୍ଶନ ଆରମ୍ଭ ହେଲାଣି l ଏହି ପ୍ରରିପେକ୍ଷିରେ ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ରାଜ୍ୟ ଉପସଭାପତି ଡଃ ଯତୀନ ମହାନ୍ତିଙ୍କ ନେତୃତ୍ୱରେ ଗତ 4 ତାରିଖ ଦିନ ବେଗୁନିଆ ବ୍ଲକରେ ଓ ବୁଧବାରଦିନ ବୋଲଗଡ ବ୍ଲକରେ ହଜାର ହଜାର କର୍ମୀଙ୍କୁ ନେଇ ବିଭି ଜି ରାମ ଜିର ନୂତନ କାର୍ଯ୍ୟକ୍ରମ ଉପରେ ସଚେତନତା ଆଳରେ ଶକ୍ତି ପଦର୍ଶନ କରାଯାଇଛି l

ଆଜି ରାଜସୁନାଖଳା ବସ ଷ୍ଟାଣ୍ଡ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ପନ୍ଦର ଶହ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ବିଜେପି କର୍ମୀ ଡ଼ଃ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା l ଏଥିରେ ବିଜେପିର ଯୁବ ମୋର୍ଚ୍ଚା, ଛାତ୍ର ସଂଗଠନ, ଭାରତୀୟ ମଜଦୁର ସଂଘ, ଆର ଏସ ଏସ, ହିନ୍ଦୁ ମହାସଭା, ବଜରଙ୍ଗ ଦଳ ଓ ବିଭିନ୍ନ ସାମୁକ୍ଷର କର୍ମୀ ମାନେ ଯୋଗଦେଇଥିଲେ l ଏହି ବିଶାଳ ଶୋଭାଯାତ୍ରା ରାଜସୁନାଖଳା ଜାତୀୟ ରାଜପଥରୁ ବାହାରି ବୋଲଗଡ ବଜାର ପରିକ୍ରମା କରି ନନ୍ଦିଘୋଷ ଭବନ ଠାରେ ପହଞ୍ଚିଥିଲା l

ସେଠାରେ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାର ସଂଶୋଧିତ ନୂତନ ବିଭି ଜି ରାମ ଜି ଉପରେ ଲୋକମାନଙ୍କୁ ସଚେତନତା କରାଇଥିଲେ l ଏହି ସଭାରେ ମଞ୍ଚାସିନ ଅତିଥିଭାବେ ବିଜେପି ରାଜ୍ୟ ସମ୍ପାଦକ ଡଃ ଶାରଦା ଶତପଥି, ଖୋର୍ଦ୍ଧା ଜିଲ୍ଲା ସମ୍ପାଦିକା ସୁମିତ୍ରା ବାହିନୀପତି, ବିଜେପି ନେତା ରୁଦ୍ର ନାରାୟଣ ବାହିନୀପତି, ଶ୍ରମିକ ନେତା ଅକ୍ଷୟ କୁମାର ରାଉତରାୟ, ପୂର୍ବତନ ମଣ୍ଡଳ ସଭାପତି ସୌମ୍ୟରଞ୍ଜନ ବଳିୟାରସିଂହ, ଚନ୍ଦ୍ରଭାନୁ ମହାରଥା, ଅଜୟ ମାର୍ଥା, କୃଷକ ନେତା ବିଶ୍ୱଜିତ ସ୍ୱାଇଁ,ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର ଓ ସମିତି ସଭ୍ୟା ମନସ୍ମିତା ଦଳେଇ, ବିଜେପି ନେତା ଶରତ କୁମାର ଦଳେଇ ଓ ଚିନ୍ମୟ ହୋତା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l

No Result
View All Result