ଖୋରଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜଟଣୀ ପୌର ପରିଷଦ ଅନ୍ତର୍ଗତ ବାଛରାପାଟଣା ସ୍ଥିତ ବାପୁଜୀ ଯୁବକ ସଂଘ ଆନୁକୂଲ୍ୟରେ ଏକ ତାଷଖେଳ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏକ ଦିବସୀୟ ଏହି ଟୁର୍ଣ୍ଣାମେଣ୍ଟରେ ଆଖ ପାଖର ମୋଟ ଆଠଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଆୟୋଜକ ବାପୁଜୀ ଯୁବକ ସଂଘ ଓ ମା ଜାଗେଶ୍ଵରୀ ରାମ ନାଟକ ସଂଘ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଦୁଇ ପଏଣ୍ଟରେ ବାପୁଜୀ ଯୁବକ ସଂଘକୁ ହରାଇ ମା ଜାଗେଶ୍ଵରି ଟିମ୍ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି ।ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ଜଟଣୀ ନଗର ମଣ୍ଡଳ ସଭାପତି ଛବି ପାଇକରାୟ, ବରିଷ୍ଠ ସାମ୍ବାଦିକ ଇଫତେଖାର ଅଲ୍ଲୀ (ବାବୁଲି)















