No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ କୁଶଭଦ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ନରେ ବ୍ଲକ ସ୍ତରୀୟ ସକ୍ଷମ କେନ୍ଦ୍ର ଉଦଘାଟିତ ହୋଇଛି। ଏହି କେନ୍ଦ୍ରରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଭୌତିକ ଚିକିତ୍ସା, ବାକ୍ ତାଲିମ,କୌଶଳ ଦକ୍ଷତା,ଦୈନିକ ଚଳନି ପାଇଁ ଅଭ୍ୟାସ,ଅଭିଭାବକ ଓ ଶିକ୍ଷକଙ୍କୁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବ।

ଆଜିର ଏହି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ଦେଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଏଥିରେ ମୁଖ୍ୟ ଅତିଥି ଡ୍ ପ୍ରଭାତ କୁମାର ରଥ,ସମ୍ମାନିତ ଅତିଥି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭାଗିରଥି ପାତ୍ର ,ନାରାୟଣ ସାହୁ, ସି ଆର୍ ସି ସି ଝୁନି ଦେଇ, ପଞ୍ଚ ସଖା କମିଟି ସଭାପତି ପ୍ରତାପ କୁମାର ସାହୁ,
ଶିକ୍ଷକ ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଂଯୋଜକ ଶାକମ୍ଭରି ପଣ୍ଡା ଓ ସହଯୋଗୀ ପ୍ରସନ୍ନ ପଟ୍ଟନାୟକ,ସସ୍ମିତା ବେହେରା,ଅମୂଲ୍ୟ ପ୍ରଧାନ,ମଙ୍ଗରାଜ ସାହୁ ପ୍ରମୁଖ ଯୋଗଦେଇ ବ୍ଲକ ସ୍ତରରେ ସମସ୍ତ ଭିନ୍ନକ୍ଷମଙ୍କୁ ସେବା ଯୋଗାଇବାରେ ଏହି କେନ୍ଦ୍ର କାର୍ଯ୍ୟ କରିବ ବୋଲି କହିଥିଲେ ।

No Result
View All Result