No Result
View All Result
– ବିଶିଷ୍ଟ ଅତିଥି ମୃଣାଳିନୀ ପାଢ଼ୀ, ସିନିୟର୍ ଆଡଭୋକେଟ୍, ସାମାଜିକ କର୍ମୀ
– ରାକ୍ଷୀ ଘୋଷ, ବରିଷ୍ଠ ସାମ୍ବାଦିକା
– ସୁକୁମାର ପଟ୍ଟନାୟକ, ଚେୟାରମ୍ୟାନ, ଆଡଭାଇଜରୀ ବୋର୍ଡ, ଆଶ୍ରା ଫାଉଣ୍ଡେସନ ଓଡ଼ିଶା
– ଡା. ରମେଶ, ବରିଷ୍ଠ ଆଇନଜୀବୀ, ସଭାପତି, ଜନଶିକ୍ଷା ସଂସ୍ଥାନ, ବିଜୟନଗରମ୍
– ସୁଜିତ ମହାପାତ୍ର, ପ୍ରତିଷ୍ଠାତା, ବକୁଳ ଫାଉଣ୍ଡେସନ
– ସୁବ୍ରତ କୁମାର ପତି, ଆଉଟରିଚ୍ ମୁଖ୍ୟ
ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କାର୍ଯ୍ୟକ୍ରମ ଆରମ୍ଭରେ ଢେଙ୍କାନାଳ ବସ୍ତିର ପିଲାମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ ହୋଇଥିଲା ଆଶ୍ରା ଫାଉଣ୍ଡେସନ ଓଡ଼ିଶାର ସହ ପ୍ରତିଷ୍ଠାତା ଶ୍ରୀନିବାସ ସାହୁ ଅତିଥିଙ୍କୁ ସ୍ଵାଗତ କରିଥିଲେ l ଏହାପରେ ଆଶ୍ରା ଫାଉଣ୍ଡେସନର ୫ ବର୍ଷର ଯାତ୍ରାକୁ ଭିଡିଓ ଜରିଆରେ ପରିବେଷଣ ହୋଇଥିଲା ।
ପରେ ଆଶ୍ରା ଫାଉଣ୍ଡେସନ ଓଡ଼ିଶାର ପ୍ରତିଷ୍ଠାତା ସନ୍ତୋଷ ପଟ୍ଟନାୟକ ବିଗତ ବର୍ଷର ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ସମସ୍ତ ଅତିଥି ବକ୍ତବ୍ୟ ରଖିଥିଲେ । ପରେ ପିଲାମାନଙ୍କ ଦ୍ଵାରା ନୃତ୍ୟ-ସଙ୍ଗୀତ ପରିବେଷଣ ହୋଇଥିଲା ।
ସମାଜସେବୀ ଶିଖ୍ ହେଡ୍ ର ପ୍ରତିଷ୍ଠାତା ରୋନକ ସିଂହ, ସମାଜ ସେବା କ୍ଷେତ୍ରରେ ଅବଦାନ ପାଇଁ ଡା. ଆଶିଷ ମହାନ୍ତି, ଜୀବନ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ପଟ୍ଟନାୟକ, ଡା. ବିଭୁଦତ୍ତ ମିଶ୍ର (ଶିଶୁ ଚିକିତ୍ସା ବିଭାଗରେ ଜଗନ୍ନାଥ ହସ୍ପିଟାଲ) ପ୍ରମୁଖଙ୍କୁ ସମ୍ମାନିତ କରାଗଲା ।
ସମାଜସେବୀ ଶ୍ୱେତପଦ୍ମା ଛୋଟରାୟ, ପ୍ରତିଷ୍ଠାତା, ଇନାରା ଫାଉଣ୍ଡେସନ ଏବଂ ବିଶାଲ ମହାନ୍ତି, ପରିବେଶ ସୁରକ୍ଷା କ୍ଷେତ୍ରରେ ପୁରସ୍କୃତ। ଏହାପରେ ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡାରେ ଯୋଗ୍ୟ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ହୋଇଥିଲା । ଆଶ୍ରା ଫାଉଣ୍ଡେସନ ଓଡ଼ିଶା ଏବଂ
ଉଜ୍ଜ୍ବଳ ଚୌଧୁରୀଙ୍କ ନେତୃତ୍ଵାଧୀନ ୟୁନିକ ଆର୍ଟ ଆଣ୍ଡ କ୍ରାଫ୍ଟର ମିଳିତ ଉଦ୍ୟମରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ କୃତକାର୍ଯ୍ୟ ୩ ପ୍ରତିଯୋଗୀଙ୍କୁ ପୁରସ୍କୃତ ହୋଇଥିଲା । ଶେଷରେ ସହ ପ୍ରତିଷ୍ଠାତା ଦୀପେଶ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ସଙ୍ଗଠନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

No Result
View All Result