No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ଥାନୀୟ ଖାରବେଳ ନଗରସ୍ଥିତ ବୁଦ୍ଧମନ୍ଦିର ପରିସରରେ ବିଶ୍ୱଭାରତୀ ପ୍ରାକ୍ତନୀ ଓଡ଼ିଶାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିନିକେତନରେ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା କରିଥିବା ଓଡ଼ିଆମାନଙ୍କ ଦ୍ୱାରା ଆୟୋଜିତ ଏହି ଅନନ୍ୟ ସମାରୋହକୁ ଉଦ୍ଘାଟନ କରିଥିଲେ ମୁଖ୍ୟଅତିଥି କେନ୍ଦ୍ରସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ।
ଏହି ଅବସରରେ ଦିବଂଗତ ଡକ୍ଟର ନିଶାମଣୀ କର, ଡକ୍ଟର ଦେବପ୍ରିୟ ଦାସ, ଡକ୍ଟର ପ୍ରସନ୍ନ ନାୟକ, ଡକ୍ଟର ଧୀରେନ୍ ଆଚାର୍ଯ୍ୟ, ପ୍ରତାପ ଚନ୍ଦ୍ର ଦାସ, ନିହାରିକା ରାୟ, ବର୍ଷାରାଣୀ ଗଜେନ୍ଦ୍ରଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ପ୍ରାକ୍ତନୀ ମୁଖ୍ୟ ଉପଦେଷ୍ଟା ଡକ୍ଟର ବସନ୍ତ କୁମାର ପଣ୍ଡା । ଏହି ଅବସରରେ ସେ କହିଥିଲେ ଯେ, ଜାତୀୟ ଶିକ୍ଷାନୀତି ଅନୁଯାୟୀ ମାତୃଭାଷା ମାଧ୍ୟମରେ ପ୍ରୟୋଗାତ୍ମକ ଶିକ୍ଷା ପ୍ରତି ଅଧିକ ପ୍ରୋତ୍ସାହନ ଓ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି । ସଂପାଦକୀୟ ବିବରଣୀ ପାଠ କରିଥିଲେ ଶ୍ରୀମତୀ ମମତା ଷଡ଼ଙ୍ଗୀ ।
ସମ୍ବର୍ଦ୍ଧନା ପର୍ବରେ ପ୍ରଫେସର ଦାମୋଦର ମିଶ୍ର ଓ ରବିନାରାୟଣ ରଥଙ୍କୁ ସୃଜନୀ ସମ୍ମାନ, ପ୍ରଫେସର ମନୋରଞ୍ଜନ ପ୍ରଧାନ ଓ ପ୍ରଫେସର ଅରୁଣ ରଂଜନ ମିଶ୍ରଙ୍କୁ ପ୍ରାକ୍ତନୀ ଅଧ୍ୟାପକ ସମ୍ମାନ ଏବଂ ୧୯୭୯-୮୦ ମସିହା ମଧ୍ୟରେ ବିଶ୍ୱଭାରତୀରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ‘ପ୍ରାକ୍ତନୀ ଛାତ୍ରଗୌରବ ସମ୍ମାନ’ ଓ ଡକ୍ଟର ରଘୁନାଥ ଓଝାଙ୍କୁ ‘ଡକ୍ଟର ମାନସ ରଂଜନ ସ୍ମୃତିସମ୍ମାନ’ ପ୍ରଦାନ କରାଯାଇଥିଲା ।
ପୁସ୍ତକ ଉନ୍ମୋଚନ ପର୍ବରେ ଡକ୍ଟର ଜନ୍ମେଜୟ ଦ୍ୱିବେଦୀଙ୍କ ‘ଭବିଷ୍ୟତର କବିତା ଶ୍ରୀ ଅରବିନ୍ଦଙ୍କ କାବ୍ୟଦୃଷ୍ଟି : ଏକ ଅଧ୍ୟୟନ’, ଡକ୍ଟର ଇନ୍ଦିରା ଶୁଭଦର୍ଶିନୀ ଦେବବନ୍ଦିତା ଚକ୍ରଙ୍କ ରଚିତ ‘ସ୍ୱାଧୀନତା ପରବ ର୍ୀ ଓଡ଼ିଆ ଉପନ୍ୟାସରେ ଲୋକ ଉପାଦାନ (୧୯୪୭-୮୦)’ ଏବଂ ଡକ୍ଟର ହୃଷିକେଶ ମହାଖୁଡ଼ଙ୍କ ରଚିତ ‘ଇତି ସାମନ୍ତଙ୍କ ସର୍ଜନା ସମ୍ଭାର : ପରିଶୀଳନ ଓ ପରିଚର୍ଚ୍ଚା’ ପୁସ୍ତକ ଉନ୍ମୋଚନ ହୋଇଥିଲା । ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ ଡକ୍ଟର ମିହିର କୁମାର ସାହୁ ।
ଡକ୍ଟର ଦେବାନନ୍ଦ ଦାସ ଏବଂ ରଶ୍ମୀରେଖା ପାହାଡ଼ିଙ୍କ ସଂଯୋଜନାରେ ଏହି ସମାରୋହରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫେସର ଅନନ୍ତ କିଶୋର ଜେନା । ଦ୍ୱିତୀୟ ଅଧିବେସନ ସ୍ମୃତି ଅନୁଭୂତି ପର୍ବରେ ବିଶ୍ୱଜିତ୍ ପଟ୍ଟନାୟକ, ହିମାଂଶୁ ମହନ୍ତ, ରଶ୍ମିତା ତ୍ରିପାଠୀ, ହୃଷିକେଶ ମହାକୁଢ଼ ଓ ଶୀତଲ ମିଶ୍ର ପ୍ରମୁଖ ସଂଯୋଜନା କରିଥିଲେ । ପରିଚାଳନା କରିଥିଲେ ସୁରେନ୍ଦ୍ର ପାଣିଗ୍ରାହୀ, ରବିନ୍ଦ୍ର କୁମାର ବେହେରା, ଲଲାଟେନ୍ଦୁ ଦାସମହାପାତ୍ର, ରବି ରଥ, ଶର୍ମିଷ୍ଠା ମହାପାତ୍ର,
ମମତାମୟୀ ଦାସ, ବିନୟ ନାୟକ । ଏହି ପର୍ବରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ପ୍ରଫେସର ନିଳାଦ୍ରୀ ଭୂଷଣ ହରିଚନ୍ଦନ । ଧନ୍ୟବାଦ ଅର୍ପଣ କରିଥିଲେ ଲୋପାମୁଦ୍ରା ପାଢ଼ୀ । ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ନିହାର ରଂଜନ ସାହୁ, ଡକ୍ଟର ସଂଗ୍ରାମ ରାଉତ, ଡକ୍ଟର ଶଙ୍କର ତ୍ରିପାଠୀ, ଡକ୍ଟର ଦିବ୍ୟଶକ୍ତି ସାମନ୍ତରାୟ, ଗୋପୀନାଥ କର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଶ୍ରମ ସଂଗୀତ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

No Result
View All Result