No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୂର୍ଣ୍ଣ ତୋୟା ପ୍ରାଚୀ ନଦୀକୂଳରେ ଅବସ୍ଥିତ ପୂର୍ଣ୍ଣ ଅଷ୍ଟସମ୍ଭୁ ପର୍ଯ୍ୟଟନ କ୍ଷେତ୍ରର ଭିତ୍ତି ପ୍ରସ୍ତର ଆଜି ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ସ୍ଥାପିତ ହୋଇଛି । ଅଷ୍ଟଶମ୍ଭୁ କରିଡ଼ରରେ ଅଷ୍ଟଶମ୍ଭୁ ପରିସର ନିର୍ମାଣ ଏଵଂ ଶ୍ରୀଶୋଭନେଶ୍ୱର, ଶ୍ରୀଅନ୍ଧକପିଳେଶ୍ୱର, ଶ୍ରୀ ଗୋକର୍ଣେଶ୍ୱର, ଶ୍ରୀରାମେଶ୍ବର, ଶ୍ରୀଗ୍ରାମେଶ୍ୱର, ଏଵଂ ଶ୍ରୀଅଙ୍ଗେଶ୍ୱର ପ୍ରଭୃତି ମନ୍ଦିରର ଉନ୍ନତି କରଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।
ଏଥି ପାଇଁ ୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୧୮ ମାସ ମଧ୍ୟରେ ପ୍ରସ୍ତାବିତ କାର୍ଯ୍ୟ ଶେଷ ସହିତ କସରଦାର ଦିପଟି ମେଲଣ ଏବଂ ବିଲାସୁଣିର ଗୋପାଳଜୀଉ ମଠ ବିଜେ ସ୍ଥଳୀର ଉନ୍ନତି କରାଯିବ ବୋଲି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୂଚନା ଦେଇଥିଲେ । ପରବର୍ତ୍ତୀ କାଳରେ ପ୍ରାଚୀ ନଦୀର ପୁନଃ ଉଦ୍ଧାର ଓ ଏହାର ପାର୍ଶୋରେ ଥିବା ଦ୍ୱାଦଶ ସମ୍ଭୁ, ଦ୍ୱାଦଶ ମାଧବ, ଦ୍ୱାଦଶ ଶକ୍ତି, ଏକ ପର୍ଯ୍ୟଟନ କରିଡ଼ରର ପୀଠର ବିକାଶ ମୂଳକ ପରିଣତ କରାଯିବ ବୋଲି କହିବା ସହିତ ପ୍ରାଚୀ ନଦୀର ଗରିବାମୟ ଇତିହାସ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
ଏହି ଅବସରରେ ନିଆଳି ଅଚିହ୍ନା ପଡିଆରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ନିଆଳି ବିଧାୟକ ଛବି ମଲ୍ଲିକ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ, କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବିନିତ୍ ଅଗ୍ରୱାଲ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ସ୍ବାଇଁ, ପ୍ରମୁଖ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଷ୍ଟଶମ୍ଭୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ ବୋଲି ଅଭିଭାଷଣରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଇପିସ୍ପିତା ମହାପାତ୍ର, ନିଆଳି ବିଡିଓ, କଣ୍ଟାପଡ଼ା ବିଡିଓ ସ୍ଥାନୀୟ ତହସିଲଦାର ଆଦି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସମେତ ରାଜ୍ଯ ବିଜେପି ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା, ବିଜେପି ନେତା ଆଲୋକ ଲେଙ୍କା, ଯୋଗ ଦେଇ ନିଆଳି ମାଟିର ଝିଅ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କର ଏଭଳି ଘୋଷଣାକୁ ସ୍ଵାଗତ କରିଥିଲେ ।
ଏଥିରେ ଉପମୁଖ୍ୟ ଶ୍ରୀମତୀ ପରିଡା ମିଶନ ଶକ୍ତି ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ଋଣ ବାବଦରେ ଏକ ଚେକ୍ ପ୍ରଦାନ କରିବା ସହ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ନିଆଳିର ମିଶନ ଶକ୍ତି କାଫେକୁ ଉଦ୍ଘାଟନ କରିଥିଲେ । ଉପ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

No Result
View All Result