ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଡ ଚିତ୍ରସେନ ରାଉତ ଆଜି ପୁରୀ ଜିଲ୍ଲାର ବିଭିନ୍ନ ପାକ୍ସ ବା ଧାନ ମଣ୍ଡି ପରିଦର୍ଶନ କରିଛନ୍ତି । ସେ ନିମାପଡା ବ୍ଲକର କପିଳେଶ୍ୱର ପାକ୍ସ ଓ ଗୋପ ବ୍ଲକର ନୟାହାଟ ପାକ୍ସ କୁ ପରିଦର୍ଶନ କରିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।

କୌଣସି ପରିସ୍ଥିତିରେ ଚାଷୀ ଯେପରି ହଇରାଣ ହରକତ ନ ହୁଅନ୍ତି, ମଣ୍ଡି ମାନଙ୍କ ରେ ସେମାନଙ୍କ ପାଇଁ ବିବିଧ ଆନୁଷଙ୍ଗିକ ସୁବିଧା ବ୍ୟବସ୍ଥା କରିବା, ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଧାନ ସଂଗ୍ରହ କରିବାକୁ ଡ ରାଉତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ପରିଦର୍ଶନ ସମୟରେ ସମବାୟ ବିଭାଗର ଯୁଗ୍ମ ସଚିବ ଲିଙ୍ଗରାଜ ନାୟକ,ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ, ଡିଆରସିଏସ ସରୋଜିନୀ ଜେନା,ନିମାପଡା ଯୋଗାଣ ନିରୀକ୍ଷକ, ପାକ୍ସ ସେକ୍ରେଟାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୦୨୧୮ ଚାଷୀ ମାନଙ୍କ ଠାରୁ ୩୯୭୩୪୮ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ୭୨୩୦୯୬୦୦୩ ଟଙ୍କା ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି ।