ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବୁଧବାର ପ୍ରତ୍ୟୁଷରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପବିତ୍ର ପୁଷ୍କରିଣୀ ଶ୍ବେତଗଙ୍ଗାରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଶ୍ରୋତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ବାରା ପିଣ୍ଡଦାନ ସମାପନ କରାଯାଇଥିଲା । ପିଣ୍ଡଦାନ ପରେ ମହାମହିମ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଶ୍ରୀମନ୍ଦିରେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ପୂର୍ଣାଙ୍ଗ ବେଶ ଦର୍ଶନ କରି ରାଷ୍ଟ୍ରପତି ଭାବବିହ୍ବଳ ହୋଇପଡିଥିଲେ । ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ମା ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ ।

ରାଷ୍ଟ୍ରପତିଙ୍କ ପାଇଁ ଚୁନରା ସେବକ ନୀଳଚକ୍ରରେ ବାନା ବାନ୍ଧିଥିଲେ । ସାତ ପାହାଚରେ ପଣ୍ଡିତ ମାନେ ବେଦପାଠ କରିଥିଲେ । ଶ୍ରୀମନ୍ଦିରରୁ ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ଓ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା । ସିଂହଦ୍ଵାର ପ୍ରବେଶ କରିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା ।















