ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ବିଜୟ କୁମାର ସାହୁଙ୍କ ଆବାହକତ୍ୱରେ ୨୦୦୩ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ରବିବାର ଦିନ ପଞ୍ଚୁକୋଟ ଗ୍ରାମସ୍ଥିତ ମା’ ରାମଚଣ୍ଡୀ ଶକ୍ତି ପୀଠ ଯାତ୍ରାପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଅଛି I

ଏହି ବନ୍ଧୁମିଳ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ବର୍ଗତ ପୁରାତନ ଛାତ୍ର ଛାତ୍ରୀମାନଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ସମସ୍ତେ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ I ଏହି ବନ୍ଧୁମିଳନ ଉତ୍ସବରେ ପୁରାତନ ଛାତ୍ରଛାତ୍ରୀ ଓ ସେମାନଙ୍କର ପରିବାର ବର୍ଗ ଯୋଗଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରି ଅତୀତର ଅଭୁଲା ସ୍ମୃତିକୁ ମନେ ପକାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ I

ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଚିତ୍ତରଞ୍ଜନ ସାହୁ,ନିରଞ୍ଜନ ପରିଡ଼ା ଓ ଯୁଧିଷ୍ଠିର ସ୍ୱାଇଁ ପ୍ରମୁଖ ସଂଯୋଜନା କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ପ୍ରଭାତ କୁମାର ପାଟ୍ଟଶାଣୀ,ସ୍ନେହଲତା ପରମଗୁରୁ,ରାଧାକାନ୍ତ ସେନାପତି,ଅଶୋକ କୁମାର ଉତ୍ତରକବାଟ,ସନ୍ତୋଷ କୁମାର ସେନାପତି, ସଦାନନ୍ଦ ମହାରଣା,ଅନ୍ନପୂର୍ଣ୍ଣା ସାହୁ,ଅଞ୍ଜଳି ମୁଦୁଲି, ଲିଙ୍ଗରାଜ ଗୋଛି ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ I ପରିଶେଷରେ ଚିନ୍ମୟ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I














