ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ର । ଅଖିଳବ୍ରହ୍ମାଣ୍ଡନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଶ୍ରୀମନ୍ଦିର । ପତିତ ଜନକ ଉଦ୍ଧାର ପାଇଁ ଉଡୁଛି ପତିତପାବନ ବାନା । ଚକା ଆଖି ସହ ଆଖି ଲାଖିବା ପାଇଁ ଦୂର ଦୂରାନ୍ତରୁ ଆସୁଛନ୍ତି ଭକ୍ତ । ଭାବ ଭକ୍ତିରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରବିବାର ପବିତ୍ର ମାଘ ପୂର୍ଣ୍ଣିମା ଅଗ୍ନି ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ପଥରା ଗ୍ରାମର ଶ୍ରୀଲକ୍ଷ୍ମୀ ନୃସିଂହ ନାମ ସଂକୀର୍ତ୍ତନ ମଣ୍ଡଳୀ ଶ୍ରୀକ୍ଷେତ୍ରର ଦଇତାପଡା ସାହି ସ୍ଥିତ ଶ୍ରୀଚୈତନ୍ୟ ମଠ ଆଶ୍ରମ ଠାରୁ ବାହାରି ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।















