ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡେରେସନ୍ ପକ୍ଷରୁ ଞଚଉଙଊଖ (ଟାଟା ପାୱାର) ମୁଖ୍ୟ କାର୍ଯ୍ୟାଳୟ, ପାୱାର ହାଉସ୍ ଠାରେ ଶତାଧିକ ବିଦ୍ୟୁତ୍ କର୍ମଚାରୀଙ୍କ ସମାଗମରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଏକ ଦାବିପତ୍ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହଙ୍କୁ ପ୍ରଦାନ କରାଯାଇଥିଲା । ପ୍ରମୁଖ ଦାବି ଯଥା:- ୩୩/୧୧ କେ.ଭି. ଷ୍ଟ୍ରକ୍ଚରରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ନିୟମିତ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ଯଥାଶୀଘ୍ର ଫଳ ପ୍ରକାଶନ, ଚୁକ୍ତି ଅନୁଯାୟୀ ୨୨୦ ପଦବୀ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ସହିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କର୍ମଚାରୀମାନଙ୍କର ପ୍ୟାନେଲ୍ ଲିଷ୍ଟ କରି ଫେଜ୍ଡ୍ ମ୍ୟାନରରେ ନିଯୁକ୍ତି, ସମାନ କାର୍ଯ୍ୟକୁ ସମାନ ଦରମା ନୀତିର ପ୍ରଚଳନ,

ସମସ୍ତ ଠିକା କର୍ମଚାରୀମାନଙ୍କୁ ଅଭିଜ୍ଞତା ଭିତ୍ତିରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଉଚ୍ଚ କୁଶଳୀ ରୂପେ ଗ୍ରେଡେସନ୍ କରି ତଦନୁସାରେ ଦରମା ପ୍ରଦାନ, କର୍ମଚାରୀମାନଙ୍କର ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ପ୍ରଚଳିତ ବୀମା ବ୍ୟବସ୍ଥାର ସରଳୀକରଣ, ରେଗୁଲାର କର୍ମଚାରୀମାନଙ୍କର ସି.ପି.ଏଫ୍ ଓ ଇ.ପି.ଏଫ୍. ହିସାବ ଠିକ୍ ଭାବରେ ପ୍ରଦାନ ଓ ନ୍ୟାସନାଲ୍ ପେନ୍ସନ୍ ସ୍କିମ୍ର ପ୍ରବର୍ତ୍ତନ, ଚାକିରି ସର୍ତ୍ତାବଳୀର ଉଚିତ ପ୍ରୟୋଗ, ବଦଳି ନୀତି ପ୍ରଣୟନ, ଉପଭୋକ୍ତାଙ୍କ ସଂଖ୍ୟା ଭିତ୍ତିରେ ୟାର୍ଡଷ୍ଟିକ୍ ପ୍ରଚଳନ, ଆଠଘଌକ୍ଷଗ୍ଧ;ା କାର୍ଯ୍ୟ ସମୟ ନିର୍ଦ୍ଧାରଣ,
ବିଭିନ୍ନ ପ୍ରକାର ମିଥ୍ୟା ଆଳରେ ଇଞ୍ଜିନିୟର ଓ କର୍ମଚାରୀମାନଙ୍କୁ ଦୁର୍ନୀତିଗ୍ରସ୍ତ ସାବ୍ୟସ୍ତ କରି ଚାକିରିରୁ ବହିଷ୍କାର ଓ ନିଲମ୍ବନ ପ୍ରକ୍ରିୟାର ପରିସମାପ୍ତି, ମନଇଚ୍ଛା ଅତିରିକ୍ତ ଅମାନତ ଜମା ଆଦାୟ ତଥା ସ୍ମାର୍ଟ ମିଟର ଆଳରେ ଉପଭୋକ୍ତା ଓ କର୍ମଚାରୀମାନଙ୍କୁ ଶୋଷଣର ବ୍ୟବସ୍ଥାର ଉଚ୍ଛେଦିକରଣ ଇତ୍ୟାଦି ଅନ୍ୟାନ୍ୟ ଦାବିକୁ ନେଇ ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡେରେସନ୍ ଅଧ୍ୟକ୍ଷ ତଥା ଏ.ଆଇ.ଟି.ୟୁ.ସି.ର ଜାତୀୟ ସମ୍ପାଦକ ସାଥୀ ରାମକୃଷ୍ଣ ପଣ୍ଡା, ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ ।















