ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁର ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗାଁ ଗଠନ ସମିତିକୁ ଧାୱନୀ ଫାଉଣ୍ଡେସନ୍ ତରଫରୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ରାଜ୍ୟ ସ୍ତରରେ ୩୦ଟି ସ୍ୱେଚ୍ଛାସେବୀ ସଂଗଠନ ମୂଲ୍ୟାଙ୍କ ପ୍ରକ୍ରିୟାରେ ଯୋଗଦେଇ ଗାଁ ଗଠନ ସମିତି ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା । ଏହି ପରିପ୍ରେକ୍ଷୀରେ ସଂଗଠନର କାର୍ଯ୍ୟକୁଶଳ ପାଇଁ ସମିତିର ସଂପାଦକ ପ୍ରଦୀପ କୁମାର ସାହୁଙ୍କୁ ଫାଉଣ୍ଡେସନ୍ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।














