ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ମାଟିରେ ଜନ୍ମିତ ରାଜ୍ୟର ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ଦେବେନ୍ଦ୍ର ଚନ୍ଦ୍ର ମିଶ୍ରଙ୍କ ୧୦୫ତମ ଜନ୍ମ ଜୟନ୍ତୀ ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ ପକ୍ଷରୁ ବାଙ୍କୀରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ସାମାଜିକ କର୍ମୀ, ପ୍ରକୃତିବନ୍ଧୁ ତଥା ସାମ୍ବାଦିକ ଗୌତମ ମିଶ୍ର ଉଦ୍ଘାଟନ କରି କହିଥିଲେ ଡକ୍ଟର ମିଶ୍ର ଭାରତରେ ଉଚ୍ଚଶିକ୍ଷା ଶେଷ କରି ଆମେରିକାର ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଡକ୍ଟରରେଟ୍ କରିଥିଲେ ।















