No Result
View All Result
ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ନରିଶୋ ପଞ୍ଚାୟତ,ନିଧିସାହିରେ ଗତ କାଲି ବିଳମ୍ବିତ ରାତ୍ରରେ ବେଆଇନ ଭାବେ ବାଣ ତିଆରି ଚାଲି ଥିବାବେଳେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏହି ବିସ୍ପୋରଣରେ ଜଣଙ୍କର ମୃତ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପ୍ରଥମେ ନିଆଳି ମେଡ଼ିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ବାଲିପାଟଣା ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଘରଟି ସମ୍ପୂର୍ଣ୍ଣ ଉଡିଯାଇଥିଲା, । ରାତି ପ୍ରାୟ ସାଢେ଼ ୧୦ ଟାରେ ପ୍ରଚଣ୍ଡ ଶବ୍ଦରେ ନରିଶୋ ଗାଁ ଥରି ଉଠିଥିଲା । ଏହି ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ପହଞ୍ଚି, ଜାଣିବାକୁ ପାଇଲେ ଯେ ବେଆଇନ ଭାବେ ବାଣ ଭିଡୁଥିବାବେଳେ ଏହି ବାଣ ବିସ୍ପୋରଣ ଘଟିଛି । ଘଟଣାସ୍ଥଳରେ ଘର ଭିତରେ ବାଣ ଭିଡୁଥିବା ଅଭିନା କାଣ୍ଡୀ (୩୦) ଙ୍କର ଶରୀର ଶହେ ପ୍ରତିସତ ପୋଡି ଯାଇଥିଲା । ଅଭିନା ମେଡିକାଲରେ ପହଞ୍ଚିଲାବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ବିସ୍ପୋରଣରେ ବାଣ ତିଆରି ଘର ଭିତରେ ଥିବା ପୁନା ଭୋଇ (୧୯), ପ୍ରମୋଦ ସାହୁ (୩୨), ଓ ରାକେଶ ତିଆଡି (୧୭) ପ୍ରମୁଖ ବ୍ୟକ୍ତି ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି, ବର୍ତ୍ତମାନ ପୁନା ଏବଂ ପ୍ରମୋଦଙ୍କ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ରହିଛନ୍ତି । ପ୍ରକାଶ ଯେ ବାଲିପାଟଣା ଥାନାର ଏହି ନରିଶୋ ଗ୍ରାମରେ ଗତ କିଛି ବର୍ଷ ପୂର୍ବେ ବାଣ ବିସ୍ପୋରଣରେ ମୃତ ଅଭିନା କାଣ୍ଡିଙ୍କର ମା, ଓ ଭାଇଙ୍କର ମୃତ୍ୟୁ ଘଟିଥିଲା ବେଳେ ଗତ ୫ ବର୍ଷ ତଳେ ନରିଶୋ ଗ୍ରାମରେ ଦୋଳ ଜୁମାନ ଚାଲିଥିବାବେଳେ ଆତସବାଜି ପ୍ରଦର୍ଶନ ବେଳେ ବାଣ ଛିଟିକି ପଡିବାରୁ ଜଣେ ୨୫ ବର୍ଷୀୟ ଯୁବକର ମୃତ୍ୟୁ ଘଟିଥିଲା ସେହିପରି,

ବନମାଳୀପୁର ନୂଆସାହିର ବାଣ କାରଖାନାରେ ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା, ଏହି ବିସ୍ପୋରଣରେ ରଶ୍ମିତା ମିଶ୍ର ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ , କିନ୍ତୁ ବାଲିପାଟଣା ଥାନା ଅଞ୍ଚଳରେ ବେଆଇନ ବାଣ କାରଖାନା ଚାଲିଥିବା ସଂପର୍କରେ ପୋଲିସ୍ କାହିଁକି କିଛି ଜାଣି ପାରୁ ନାହିଁ ବୋଲି ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ବେ ଆଇନ ବାଣ ତିଆରି କରୁଥିବା ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଛି ନଚେତ ଆଗାମୀ ଦିନରେ ଏହି ବେଆଇନ ବାଣ ବିସ୍ପୋରଣରେ କେତେ ଯେ ଧନ ଜୀବନ କ୍ଷତି ଘଟିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

No Result
View All Result