ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ବିଲିପଡା ପଂଚାୟତସ୍ତ ଶ୍ରୀ ଶ୍ରୀ ଭାଗବତ ଗୋସ୍ୱାମୀ ଚକ୍ରପାଣି ଦେବଙ୍କ ୧୯ତମ ବାଷିର୍କ କଳସଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରତ୍ୟୁଷରୁ ଉପଖଣ୍ଡରୁ ହଜାର ହଜାର ଶ୍ରଦ୍ଧାଳୁ ବାଙ୍କୀ ରେଣୁକା ଘାଟସ୍ଥିତ ମହାନଦୀ କୂଳରେ ଭକ୍ତମାନେ ମାନସିକ କଳସ ଆଣି ବାଙ୍କୀ ଟାଉନ୍ ପରିକ୍ରମା ପରେ ସାହାଡାପଦା, ଡାଙ୍ଗିପିଟା,

ମନ୍ତ୍ରୀ ସାହି ଦେଇ ବିଲିପଡା ଭାଗବତ ଗୋସ୍ୱାମୀଙ୍କ ପୀଠରେ ପହଞ୍ôଚଥିଲେ । ଏହି କଳସଯାତ୍ରାରେ ସଂକୀର୍ତ୍ତନ, ଗୌଡବାଡି ସହ ଅନେକ ଶ୍ରଦ୍ଧାଳୁ ଆନନ୍ଦ ଉଲ୍ଲାସରେ କଳସଯାତ୍ରାରେ ସାମିଲ୍ ହୋଇ ଚକ୍ରପାଣିଙ୍କର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଲିପଡା ଭାଗବତ ଗୋସ୍ୱାମୀ କମିଟି ପକ୍ଷରୁ ସୁଚାରୁ ରୂପେ ସଂପାଦନ କରାଯାଇଥିଲା । ଏଥି ସହିତ ଆସନ୍ତା ରବିବାର ଭାଗବତ ଗୋସ୍ୱାମୀଙ୍କ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ସହିତ ପ୍ରାୟ ୩୦ହଜାରରୁ ଉର୍ଦ୍ଧ୍ୱ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା କରାଯିବା ପାଇଁ ସ୍ଥିର କରାଯାଇଛି ।














