• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିଲମ୍ବିତ ରେଞ୍ଜରଙ୍କ ଘର ନିକଟରୁ ମିଳିଲା ମୃତହାତୀର ଶରୀର: ମୋବାଇଲ ଲାଇଟ ରେ ହେଲା ଶବ ବ୍ୟବଚ୍ଛେଦ – ରେଞ୍ଜରଙ୍କ ପତ୍ତା ମିଳୁନି

Proprietor Abhimanyu Maharana by Proprietor Abhimanyu Maharana
January 23, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
ନିଲମ୍ବିତ ରେଞ୍ଜରଙ୍କ ଘର ନିକଟରୁ ମିଳିଲା ମୃତହାତୀର ଶରୀର: ମୋବାଇଲ ଲାଇଟ ରେ ହେଲା ଶବ ବ୍ୟବଚ୍ଛେଦ – ରେଞ୍ଜରଙ୍କ ପତ୍ତା ମିଳୁନି
Share on FacebookShare on TwitterWhatsapp

ବାଲିଗୁଡା  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରୁ ହାତୀର ମୃତଦେହ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମୃତହାତୀର ଖଣ୍ଡବିଖଣ୍ଡିତ ଅଂଶ ବୁଧବାର ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ତହଁସିର ଡ୍ୟାମ୍ ନିକଟ ନିକଟରୁ ମିଳିଛି ।

ସୂଚନା ଅନୁସାରେ, ମୁଣ୍ଡୁଟି ଜଙ୍ଗଲରୁ ହାତୀ ମୃତ୍ୟୁ ଓ ଶବକୁ ନେଇ ଅନ୍ୟତ୍ର ପୋତିଦେବା ଘଟଣାରେ ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା। ତେବେ ହାତୀର ଶବ ମିଳିନଥିଲା। ବାଲିଗୁଡ଼ା ଡିଏଫ୍‌ଓ ଏହି ଘଟଣାର ତଦନ୍ତ କରୁଥିଲେ । ବୁଧବାର ଜଏଣ୍ଟ୍ ଟାସ୍କଫୋର୍ସ ଟିମ୍ ସହ ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହନ୍ତ ଓ ତୁମୁଡ଼ିବନ୍ଧ ରେଞ୍ଜର କାଳୀଚରଣ ବେହେରା ନିଲମ୍ବିତ ରେଞ୍ଜର ଶ୍ରୀ ବିଶିଙ୍କ ଗାଁ କେସିଙ୍ଗାର ତହଁସିରରେ ପହଞ୍ଚି ତନାଘନା କରିଥିଲେ।

ହାତୀର ଶବ ପୋତିବା ଘଟଣାରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବାଲିଗୁଡା ବନଖଣ୍ଡ ବିଭାଗ ଓ କଳାହାଣ୍ଡି ବନଖଣ୍ଡ ବିଭାଗ ଅଧିକାରୀମାନେ ତହଁସିର ଡ୍ୟାମ୍ ନିକଟରେ ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲେ। ଏହି ଅପରେସନକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ପାଇଁ ମିଳିଥିବା ସ୍ଥାନରେ ଗ୍ରିନ୍ ବ୍ୟାରିକେଡ୍ କରି ରଖିଥିଲେ। ଜେସିବି ଦ୍ବାରା ମାଟି କଢା ଯାଇ ୭ ଫୁଟ୍ ତଳୁ ହାତୀ ଶରୀରର ବିଭିନ୍ନ ଅଂଶ ପାଇଥିଲେ ।

ହାତୀକୁ ଟିକିଟିକି କରି କାଟି ପୋତା ଯାଇଥିବା ଅନୁମାନ କରାଯାଉଛି। ତେବେ ଦେହାଂଶର ଅଧିକାଂଶ ପଚିସଢି ଯାଇଥିବା ବେଳେ ଶୁଣ୍ଢ, ଗୋଡ଼, ମୁଣ୍ଡ ଆଦି ମିଳିଥିଲା। ପରେ ଭବାନୀପାଟଣା ଓ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟର ବିଶେଷଜ୍ଞ ମାନେ ସେହି ସ୍ଥାନରେ ଶବ ବ୍ୟବଚ୍ଛେଦ କରିଥିଲେ। ଏହି ଖବରରୁ ସମସ୍ତଙ୍କୁ ଦୁରେଇ ରଖାଯାଇଥିଲା। ଏମିତି କି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଫଟୋ ନେବାରୁ ବାରଣ କରାଯାଇଥିଲା ବାଲିଗୁଡା ଡିଏଫ୍‌ଓଙ୍କ ତତ୍ତ୍ବାବଧାନରେ ଏହି ଅପରେସନ ହୋଇଥିଲା। କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍‌ଓ କନ୍ଧମାଳ ଜିଲ୍ଲା ଘଟଣାର ଅପରେସନ କରୁଛି ବୋଲି କହିଥିଲେ।

ତେବେ ରାତିରେ ମୋବାଇଲ୍ ଲାଇଟ୍‌ରେ କିପରି ବ୍ୟବଚ୍ଛେଦ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ମଙ୍ଗଳବାର କନ୍ଧମାଳ ଜିଲ୍ଲାର ବେଲଘର କାଠ ବଙ୍ଗଳାରେ ତଦନ୍ତ ପରେ କାଡ଼ାପାନା ନର୍ସରିରେ ହାତୀର ଶବ ପୋତା ଯାଇଥିବା ଅନୁମାନ କରି ଖୋଳାଖୋଳି ଆରମ୍ଭ ହୋଇଥିଲା ଏଠାରୁ ପଲିଥିନ୍‌ରେ ବନ୍ଧାଯାଇଥିବା କିଛି ମାଂସ ଜବତ ହୋଇଥିଲା। ଆଜି ପଡ଼ୋଶୀ ଜିଲ୍ଲା କଳାହାଣ୍ଡିରୁ ହାତୀର ଦେହାବଶେଷ ମିଳିବା, ଏହି ଘଟଣାକୁ ଆହୁରି ରହସ୍ୟକୁ ଠେଲିଦେଇଛି।

ହାତୀ ମୃତ୍ୟୁ ଲୁଚାଇବାକୁ ରେଞ୍ଜର କିଭଳି ବଡ଼ଧରଣର ଜାଲ ବିଛାଇଥିଲେ, ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ନିଲମ୍ବିତ ରେଞ୍ଜର୍‌ଙ୍କ ପତ୍ତା ମିଳୁନାହିଁ। ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହାନ୍ତ ଏହି ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ବିଏସ୍‌ଟିଏଫ୍ ତଦନ୍ତ ଦାବି କରିବା ସହ ଏଥିରେ ତଳତଳିଆ କର୍ମଚାରୀଙ୍କଠୁ ଆରମ୍ଭକରି ଉଚ୍ଚପଦସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ସଂପୃକ୍ତି ରହିଥିବା କହିଛନ୍ତି |

ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ଆଲୋଚନା ହେବ ବୋଲି ବିଧାୟକ ପ୍ରକାଶ କରିଛନ୍ତି। ବିଜେଡି ନେତା ତଥା ଜିଲ୍ଲା ଉପସଭାପତି ଟୁନା ଦାସ କହିଛନ୍ତି, ଏହି ଘଟଣାରେ କେବଳ ତଳତଳିଆଙ୍କୁ ବଳି ପକାଇ ଡିଏଫ୍‌ଓ ଓ ଏସିଏଫ୍ ଖସି ଯିବାକୁ ଉଦ୍ୟମ କରୁଛନ୍ତି । ସେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସୂଚନା ଥାଉ କି, ମୁଣ୍ଡୁଟି ଜଙ୍ଗଲରେ ଗତ ୫ ତାରିଖରେ ଏକ ହାତୀର ମୃତ୍ୟୁ ହୋଇଥିଲା। ଘଟଣା ଚପାଇ ଦେବାକୁ ସ୍ଥାନୀୟ ରେଞ୍ଜର ଶ୍ରୀ ବିଶି ଷଡ଼ଯନ୍ତ୍ର ରଚିଥିଲେ।

ଘଟଣାକୁ ଲୁଚାଇବା ପାଇଁ ହାତୀ ମୃତଦେହକୁ ସେଠାରେ ନ ପୋତି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଭୁବନେଶ୍ଵରରେ ଏକ ଜେଟିଏଫ୍ ଟିମ୍ ଗଠନ କରାଯାଇଛି। ଏଥିରେ ଡେପୁଟି କଞ୍ଜରଭଟର ରାମପଦ ଅରବିନ୍ଦ ମିଶ୍ର, ବିବେକ କୁମାର ଓ ଅବସରପ୍ରାପ୍ତ ଏସ୍‌ପି କିଶୋର ପାଣିଗ୍ରାହୀ ରହିଛନ୍ତି। ଏହି ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଆର୍‌ସିସିଏଫ୍ ବିଶ୍ବନାଥ ନୀଳାମ୍ବର ବାଲିଗୁଡ଼ା ଆସି ପ୍ରଥମିକ ତଦନ୍ତ ରିପୋର୍ଟ ନେଇଥିବା ଜଣାପଡ଼ିଛି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version