ଭାପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାପୁର ପଞ୍ଚାୟତ ସମିତି ପକ୍ଷରୁ ଆଦର୍ଶ ବିଦ୍ୟାଳୟ ଫତେଗଡ଼ ପରିସରରେ ସାମୁହିକ ‘ବନ୍ଦେ ମାତରମ୍’ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଭାପୁର ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଇଂ l

ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଫେସର ସଂସ୍କୃତ ସାହିତ୍ୟ ଏବଂ ଉପନିର୍ଦେଶକ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ତିରୁପତି ଆନ୍ଦ୍ରପ୍ରଦେଶର ଭରତ ଭୂଷଣ ରଥ ଯୋଗଦେଇଥିଲେ. ସମ୍ମାନୀତ ଅତିଥି ଭାବେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ,
ଫତେଗଡ଼ ଥାନା ଅଧିକାରୀ ଅଜୟ ସାହୁ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରମୁଖ ଯୋଗଦେଇଥିଲେ. ଉପସ୍ଥିତ ଅତିଥି ଓ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପ୍ରଶାସନ ଅଧିକାରୀ ଓ ସମସ୍ତ କର୍ମଚାରୀ ମାନେ ସାମୁହିକ ‘ବନ୍ଦେ ମାତରମ୍’ ଗାନ କରିଥିଲେ. ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସ୍ୱାଇଁ ତାଙ୍କ ଅଭିଭାଷଣରେ କହିଥିଲେ ‘ବନ୍ଦେ ମାତରମ୍’ ଗୀତ ଏତେ ଶକ୍ତିଶାଳୀ, ପ୍ରଭାବି ଓ ଲୋକପ୍ରିୟତା ଥିଲା ଯେ ବ୍ରିଟିଶ ସରକାର ଶାସନ କାଳରେ ଏହାକୁ ନିଷେଧ କରିଥିଲା l

ବନ୍ଦେ ମାତରମ୍ ଗୀତ ଆମ ହୃଦୟରେ ଦେଶପ୍ରେମର ଅଗ୍ନୀ ପ୍ରଜ୍ବଳିତ କରିଥାଏ. ଯୁବ ପିଢ଼ି ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ. ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ଭାପୁର ଠାରେ ବସଷ୍ଟାଣ୍ଡ ନିର୍ମାଣ, ଉପ ଡାକଘର ନିର୍ମାଣ, ଇନଡୋର ଷ୍ଟାଡିୟମ, ମାର୍କେଟ କମ୍ପ୍ଲେକ୍ସ ସହ ୧୦୦ କୋଟିର ବଜେଟ ମଞ୍ଜୁର ହୋଇଥିବା କହିଥିଲ l
ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ. ଅଭିନେତ୍ରୀ ଜିନା ସାମଲ ଗୀତ ଓ ନାଚ ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ କରିଥିଲେ. ଜୀନାଙ୍କ ଗୀତର ତାଳେ ତାଳେ ଉପଜିଲ୍ଲାପାଳ ଓ ବିଧାୟକ ନୃତ୍ୟ କରିଥିଲେ. ଜୁଲୋଜି ଅଧ୍ୟାପକ ବଳରାମ ସାହୁ ଧନ୍ୟବାଦ ପୂର୍ବକ ସଭାସାଙ୍ଗ କରିଥିଲେ l














