ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହ୍ନିକନ୍ୟା ପାର୍ବତୀ ଗିରି ଜୟନ୍ତୀ ପାଳିତ ହୋଇଥିଲା । ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ପ୍ରାର୍ଥନା ସଭାରେ ଶ୍ରୀ ଦାଶ ସମାଜସେବୀ ପାର୍ବତୀ ଗିରିଙ୍କ ଏକଶତ ବର୍ଷ ପୂର୍ତ୍ତି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।














