• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୱାର୍ଲଡ ଓଡ଼ିଶା ସୋସାଇଟି ବିଶ୍ୱଭରି ଓଡ଼ିଆଙ୍କ ପାଇଁ ସମର୍ପିତ

Proprietor Abhimanyu Maharana by Proprietor Abhimanyu Maharana
January 17, 2026
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
World Odisha Society emerges as Prime Platform for Odias World wide
Share on FacebookShare on TwitterWhatsapp

 ଦିଲ୍ଲୀରେ ପଞ୍ଚମ ପ୍ରତିଷ୍ଠା ଦିବସ ପାଳନ 

ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ବିଶ୍ୱଭରି ଓଡ଼ିଆଙ୍କର ସାମଗ୍ରିକ କଲ୍ୟାଣ ପାଇଁ ସଦା ସମର୍ପିତ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ୱାଓସୋର ପଞ୍ଚମ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ସିଭିଲ ସର୍ଭିସ ଅଫିସର୍ସ ଇନଷ୍ଟିଚ୍ୟୁଟଠାରେ ଆୟୋଜିତ ଉତ୍କଳ ଉତ୍ସବକୁ ସମ୍ବୋଧନ କରି ଆମନ୍ତ୍ରିତ ଅତିଥିମାନେ ସାରା ପୃଥିବୀର ଓଡ଼ିଆମାନଙ୍କୁ ଗୋଟିଏ ମଞ୍ଚରେ ଏକଜୁଟ କରି ମାତୃପ୍ରଦେଶ ଓଡ଼ିଶାର ଉନ୍ନତି ପାଇଁ ସେମାନଙ୍କର ଭୌତିକ ଓ ବୌଦ୍ଧିକ ସମ୍ବଳକୁ ବିନିଯୋଗ କରିବାରେ ଏହି ସଂସ୍ଥା ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଦର୍ଶାଇଛନ୍ତି ।

ହାଇବ୍ରିଡ ଢଙ୍ଗରେ ଅନୁଷ୍ଠିତ ଏହି ମହୋତ୍ସବ ସ୍ଥଳରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ଆଭାସୀ ମଞ୍ଚରେ ସାରା ବିଶ୍ୱରୁ ୱାଓସୋର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ, ପ୍ରମୁଖ ପ୍ରବାସୀ ଓଡ଼ିଆ ଏବଂ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ତୁଙ୍ଗ ନେତୃବୃନ୍ଦମାନେ ସାମିଲ ହୋଇଥିବା ଦେଖା ଯାଇଥିଲା । ଏହି ସମାବେଶରେ ସ୍ୱାଗତ ଭାଷଣ ପ୍ରଦାନ କରି ୱାଓସୋର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ୨୦୩୬ ମସିହାରେ ସ୍ୱର୍ଣ୍ଣିମ ଓଡ଼ିଶା ଗଠନ ପାଇଁ ୱାଓସୋର ପ୍ରତିବଦ୍ଧତାକୁ ସର୍ବୋପରି ପ୍ରାଧାନ୍ୟ ଦିଆଯାଉଥିବା ଘୋଷଣା କରିଥିଲେ।

 

ୱାଓସୋର ମହାସଚିବ ମାଞ୍ଚେଷ୍ଟର ନିବାସୀ ଶିବ ରଞ୍ଜନ ବିଶ୍ୱାଳ ପାଞ୍ଚବର୍ଷ ତଳେ ମାତ୍ର କୋଡ଼ିଏଟି ଦେଶର ସଦସ୍ୟତାରୁ ଆରମ୍ଭ କରି ଆଜି ଚୌସ୍ତରିଟି ରାଷ୍ଟ୍ରକୁ ପ୍ରତିନିଧିତ୍ୱ କରୁଥିବା ଏହି ସଙ୍ଗଠନର ଜୟଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତିଷ୍ଠା ପର୍ବରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ,ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଦିଲ୍ଲୀ ବିଧାନସଭାର ବାଚସ୍ପତି ବିଜେନ୍ଦ୍ର ଗୁପ୍ତା,

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ରାଷ୍ଟ୍ରୀୟ ପତ୍ରକାର ମହାସଙ୍ଘର ଜାତୀୟ ସଭାପତି ଡଃ. ପବିତ୍ର ମୋହନ ସାମନ୍ତରାୟ, ବିଶିଷ୍ଟ କୂଟନୀତିଜ୍ଞ ଅମରେନ୍ଦ୍ର ଖଟୁଆ ଏବଂ ବରିଷ୍ଠ ପ୍ରଶାସକ ସଞ୍ଜୀବ ପାଟ୍ଟଯୋଶୀ ପ୍ରମୁଖ ଓଡ଼ିଶା ବାହାରେ ବସବାସ କରୁଥିବା ସମଗ୍ର ବିଶ୍ୱର ଦେଢ଼କୋଟି ଓଡ଼ିଆ ସମ୍ପ୍ରଦାୟର ତୁଙ୍ଗ ସଙ୍ଗଠନ ବନିପାରିଥିବାରୁ ୱାର୍ଲଡ ଓଡ଼ିଶା ସୋସାଇଟିକୁ ସାଧୁବାଦ ଜଣାଇବା ସାଙ୍ଗକୁ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

ଏହି ଅବସରରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଡଃ. ଗଣେଶୀ ଲାଲଙ୍କୁ ଓଡ଼ିଶା ସହିତ ତାଙ୍କର ନିବିଡ଼ ସମ୍ପର୍କ ଯୋଗୁଁ ପ୍ରଥମ ଉତ୍କଳ ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆମେରିକାରେ ଅବସ୍ଥାପିତ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଓ ଉତ୍କଳ ହସ୍ପିଟାଲର ଅଧକ୍ଷ ଡଃ. ଆଦିତ୍ୟ କୁମାର ସାମଲଙ୍କୁ ଓଡ଼ିଆଙ୍କର ହିତ ସାଧନ ପାଇଁ ଓ ଓଡ଼ିଶାର ପ୍ରଗତିରେ ତାଙ୍କର ବହୁମୂଲ୍ୟ ଅବଦାନ ଯୋଗୁଁ ‘ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମାନ’ ପ୍ରଦାନ କରାଯାଇଥିଲା ।

ଦିଲ୍ଲୀ ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ଏବଂ ଯୁବ ସମାଜସେବୀ ପ୍ରୀତୀଶ ରଞ୍ଜନ ଦାଶଙ୍କୁ ପ୍ରବାସରେ ରହୁଥିବା ଓଡ଼ିଆଙ୍କ ମଙ୍ଗଳ ପାଇଁ ସେମାନଙ୍କର ନିରବଚ୍ଛିନ୍ନ ଯୋଗଦାନ ଦୃଷ୍ଟିରୁ ଦ୍ଵିତୀୟ ପ୍ରବାସୀ ଓଡ଼ିଆ ସମ୍ମାନ ପ୍ରଦାନ କରାଯାଇଥିଲା । ଆମେରିକାର ନିବାସୀ ସ୍ବର୍ଗତଃ ପ୍ରଫେସର ଡକ୍ଟର ଦିଗମ୍ବର ମିଶ୍ରଙ୍କୁ ପ୍ରବାସୀ ଓଡ଼ିଆମାନଙ୍କ ଉଦ୍ଦେଶ୍ଯରେ ବହୁ ବର୍ଷ ଧରି ତାଙ୍କର ନିରନ୍ତର ସେବା ପାଇଁ ‘ମରଣୋତ୍ତର ପ୍ରବାସୀ ଓଡ଼ିଆ ସମ୍ମାନ’ ପ୍ରଦାନ କରାଯାଇଥିଲା ।

ଏହି ସମ୍ମାନ ତାଙ୍କର ଧର୍ମପତ୍ନୀ ଜ୍ୟୋତ୍ସ୍ନା ମିଶ୍ର ଗ୍ରହଣ କରିଥିଲେ। ୱାଓସୋର ଭାରତ ଅଧ୍ୟାୟର ସଭାପତି ଡଃ. ବିପିନ ବିହାରୀ ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ଅତିଥିମାନେ ‘ରତ୍ନଶ୍ରୀ’ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କୃତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ,

ଜାତୀୟ ସ୍ମାରକ ପ୍ରାଧୀକରଣର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବସା ଏବଂ ତାଙ୍କର ଯାଆଁଳା ଭାଇ ବିଶ୍ୱ ଇଞ୍ଜିନିୟରିଂ ସଂଗଠନ ମହାସଙ୍ଘର ନିରୀକ୍ଷକ ଇଂଜିନିୟର ଅଶୋକ ବସା, ଭୂମିକା ଗ୍ରୁପର ନିର୍ଦ୍ଦେଶିକା ଡଃ. ଭୂମିକା ରଥ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସିଜିଏମ୍ ଦେବାଶିଷ ମିଶ୍ର, ଏଚପିସିଏଲର ମହାପ୍ରବନ୍ଧକ ରମେଶ ଚନ୍ଦ୍ର ବାଗ,

ହର୍ଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସାଦ ମହାନ୍ତି, ଓଡିଶା ପଜିଟିଭର ପ୍ରତିଷ୍ଠାତା ଆଇନଜୀବୀ ସଂଜୀବ କୁମାର ମହାନ୍ତି, ଦିଲ୍ଲୀ ବିକାଶ ପ୍ରାଧୀକରଣର ପ୍ରମୁଖ କମିଶନର ଚିତ୍ତରଞ୍ଜନ ଦାଶ, ଏନ୍ଏସଡିର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ,କର୍ପୋରେଟ ପରାମର୍ଶଦାତା ଡଃ କୁଳମଣି ବିଶ୍ୱାଳ, ମେଟ୍ରୋ ଟିଭିର ଉପ-ସଭାପତି ସୁସ୍ମିତା ମହାନ୍ତି, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଡଃ. ସୁକାନ୍ତି ମିଶ୍ର, ପ୍ରବୀଣ କୂଟନୀତିଜ୍ଞ ଡଃ. ଅମରେନ୍ଦ୍ର ଖଟୁଆ,

ମୀରାଣ୍ଡା ହାଉସର ପ୍ରିନ୍ସପାଲ ବିଜୟ ଲକ୍ଷ୍ମୀ ନନ୍ଦ, ଭାରତ ସରକାରଙ୍କ ବରିଷ୍ଠ ଚିକିତ୍ସାବିତ ଡଃ. ସନ୍ତୋଷ କୁମାର ସାହୁ, ଆରପିଓପିର ସଭାପତି ମୀନକେତନ ସାମଲ, ଭାରତୀୟ ପ୍ରେସ କ୍ଲବର ସଭାପତି ସଙ୍ଗୀତା ବରୁଆ ପିସାରୋତି, ୱାଓସୋର ମହାସଚିବ ଶିବ ରଞ୍ଜନ ବିଶ୍ୱାଳ, ପ୍ରେସିଡିୟମ ସଦସ୍ୟ ଦେବର୍ଷି ମଲ୍ଲିକ,ସାଧାରଣ ସମ୍ପାଦକ ବିଶ୍ବଭୂଷଣ ସାହୁ,ପରିବେଶ ସାଧାରଣ ସମ୍ପାଦକ ରାମକୃଷ୍ଣ ଦାଶ,ଦିଲ୍ଲୀ ଓ ଏନସିଆର ଶାଖାର ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା, ଅଫିସ ସହ ସାଧାରଣ ସମ୍ପାଦକ ବାସୁଦେବ ଜେନା ,

କଟକ ଇଉନିଟ ସଭାପତି ଅଜୟ ମିଶ୍ର, ପଲ୍ଲୀବାଣୀ ମିଶନର ପ୍ରତିଷ୍ଠାତା ରାମ ଚନ୍ଦ୍ର ନାଥ, ବିଏମ ଫାଉଣ୍ଡେସନର ପ୍ରତିଷ୍ଠାତା ବ୍ରଜ ପଣ୍ଡା ଏବଂ ପ୍ରତିଷ୍ଠାତ୍ରୀ ମୀରା ମିଶ୍ର, ସୁଲଗ୍ନା ଶିକ୍ଷାନୁଷ୍ଠାନ ସମୂହର ସଂସ୍ଥାପକ ଡଃ. ଘନଶ୍ୟାମ ବିଶ୍ୱାଳ, ବିଲଡ଼ ଇଣ୍ଡିଆ ଗ୍ରୁପ ର ପ୍ରତିଷ୍ଠାତା ଆଇନଜୀବୀ ବିରଜା ମହାପାତ୍ର, ଜଗା କାଳିଆ ଚାରିଟେବୁଲ ଫାଉଣ୍ଡେସନର ପ୍ରତିଷ୍ଠାତା ଉମାକାନ୍ତ ଜେନା, ବରିଷ୍ଠ ସାମ୍ବାଦିକ ଗୌତମ ଲହିରି,ସୁମିତ ଅବସ୍ତି,ଲୋପାମୁଦ୍ରା ରାୟ, ପ୍ରଭାସ ପ୍ରଧାନ,ବିନାୟକ ଦାସ,

ବିଭୁତି ପତି,ସମାଜ ସେବୀ ରବି ରାୟ , ବିଭୁ ସାହୁ , ସଂଗ୍ରାମ ସାମଲ,ଶ୍ରୀଧର ପରିଡା, କଳିଙ୍ଗ ଭାରତୀର ସଭାପତି ଅକ୍ଷୟ କୁମାର ସାମଲ, ପ୍ରବାସୀ ଓଡ଼ିଆ ବିକାଶ ସମିତିର ସଭାପତି ଡଃ ସୂର୍ଯ୍ୟ ନାରାୟଣ ମିଶ୍ର, ସାମୁଦାୟିକ ବିକାଶ ସମିତିର ସଭାପତି ଡଃ. ମନୋରଞ୍ଜନ ମହାନ୍ତି, ମହାକାଂକ୍ଷା ଫାଉଣ୍ଡେସନର ପ୍ରତିଷ୍ଠାତା ବିମଳ ଭଳ ଓ ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ ଏବଂ ବିଜୟନି ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ରୀତା ପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

ଉତ୍ସବ ପ୍ରାରମ୍ଭରେ ସମୃଦ୍ଧ ଓଡ଼ିଶା ଶୀର୍ଷକ ମାନସ ମନ୍ଥନ ସମ୍ମିଳନୀରେ ୨୦୩୬ ସୁଦ୍ଧା ସ୍ବର୍ଣ୍ଣାଭ ଓଡ଼ିଶା ଗଠନ ଶୀର୍ଷକ ବିଷୟବସ୍ତୁ ଉପରେ ଚର୍ଚ୍ଚା ଆଲୋଚନା ହୋଇଥିଲା। ଏଥିରେ ବିଶେଷଜ୍ଞ ଆଲୋଚକ ଭାବରେ ବାସ୍ତବ ଢଙ୍ଗରେ ଓ ଆଭାସୀ ଜରିଆରେ ୱାଓସୋର ପୃଷ୍ଠପୋଷକ ତଥା ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଓଡିଶା ସରକାରଙ୍କର ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପ୍ରଖ୍ୟାତ ସାହିତ୍ୟିକ ଦାଶ ବେନହୁର, ଆମ୍ବାସଡର ଅମରେନ୍ଦ୍ର ଖଟୁଆ,

ୱାଓସୋର ଉପାଧ୍ୟକ୍ଷ ଡଃ. ନଳିନୀ ପତି ଏବଂ ଆଟମୋସ୍ପିୟର ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଚାଟାର୍ଡ ଏକାଉଣ୍ଟାଣ୍ଟ ସୁଧୀର କୁମାର ଦାଶ ଏହି ଆଲୋଚନା ଚକ୍ରକୁ ଦକ୍ଷତାର ସହିତ ପରିଚାଳନା କରିଥିଲେ । ସମାରୋହରେ ୱାଓସୋର ସ୍ମରଣିକା ‘ସ୍ୱର୍ଣ୍ଣିମା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉତ୍କଳ ଉତ୍ସବର ସ୍ୱତନ୍ତ୍ର ଆକର୍ଷଣ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା ।

ଓଡ଼ିଶାର ନାଇଟିଙ୍ଗଲ୍ ଅନିନ୍ଦିତା ଦାସ ଏବଂ ଉଦୀୟମାନ ଗାୟକ ସୁଧୀର କୁମାର ଦାଶ ସୁମଧୁର ସଙ୍ଗୀତମାନ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଓଡିଶା ବିଧାନ ସଭାର ସଚିବ ସତ୍ୟବ୍ରତ ରାଉତ,ବରିଷ୍ଠ ପ୍ରଶାସକ ରବି ନାରାୟଣ ତ୍ରିପାଠୀ, ଅପରାହ୍ନର ସମ୍ପାଦକ ବଂଶୀଧର ଜେନା, ସମାଜସେବୀ ଜୋସୁଆ ଜେନା, ୱାଓସୋର ପ୍ରତିଷ୍ଠାତ୍ରୀ ଡ଼ଃ ଅରୁନ୍ଧତୀ ଦେବୀ, ଉପଦେଷ୍ଟା ଧୀରେନ୍ଦ୍ର କର, ଉପାଧ୍ୟକ୍ଷ ପ୍ରଦୀପ କୁମାର ରଥ,

ମହିଳା ଶାଖା ସଭାପତି ଡ଼ଃ ସୁନନ୍ଦା ମିଶ୍ର ପଣ୍ଡା, ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି ,ସହ-ସଂଯୋଜକ ବନୋଜିନୀ ନାୟକ, ସାଂସ୍କୃତିକ ସାଧାରଣ ସମ୍ପାଦକ ଡ଼ଃ କାବେରୀ ବେହେରା ,କର୍ମକର୍ତ୍ତା ବଦ୍ରି ମହାପାତ୍ର, ସଞ୍ଜୟ ଦାସ,ଡ଼ଃ ରେଣୁକା ଜେନା, ବିଶ୍ୱ ରଞ୍ଜନ ସାହୁ ,ଶୀତଳ କୁମାର ପାଲବାବୁ, ପୀତାମ୍ବର ବାରିକ,ସୁକାନ୍ତି ରାଉତ ଓ ହୃଷିକେଶ ପାତ୍ର ପ୍ରମୁଖ ବାସ୍ତବ ଏବଂ ଆଭାସୀ ମଞ୍ଚରେ ଉପସ୍ଥିତ ଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସୂଚାରୁ ରୂପେ ସଞ୍ଚାଳନ କରିଥିଲେ । ଡିଜିଟାଲ କକ୍ଷକୁ ନନ୍ଦନ ଦ୍ବିବେଦୀ ଓ ଅଙ୍କିତ ମୌର୍ଯ୍ୟ ସଫଳତାର ସହିତ ନିୟନ୍ତ୍ରଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026

Recent News

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version