No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭୁବନେଶ୍ୱରସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୁକୃତି ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଓ ଗୋପାଳପୁର ଗ୍ରାମପଂଚାୟ ତସରପଞ୍ଚ ତଥା ସମାଜସେବୀ ପ୍ରଦୀପ କୁମାର ବାରିକଙ୍କ ଆବାହକତ୍ୱରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ଗ୍ରାମପଞ୍ଚୟତ ହାଟବସ୍ତ ସ୍ଥିତ ବରିଷ୍ଠ ନାଗରିକ ନିବାସ ଓ ସାଗରଗୁଆଁ ଗ୍ରାମସ୍ଥିତ ଜରାଶ୍ରମର ଅନ୍ତେବାସୀମାନଙ୍କୁ ମାଗଣାରେ ଶୀତବସ୍ତ୍ର ଓ ମିଠ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଯାଇଅଛି !

ଏହି କାର୍ଯ୍ୟକ୍ରମରେ ମୁଖ୍ୟତିଥିଭାବେ ସୁକୃତି ଚାରିଟେବୁଲ ଟ୍ରଷ୍ଟ ପରିଚାଳନା ନିର୍ଦେଶକା ତଥା ସମ୍ପାଦିକା ସ୍ୱୀକୃତି ଦାସ, ମୁଖ୍ୟବକ୍ତା ଭାବେ ଟ୍ରଷ୍ଟ ସଭାନେତ୍ରୀ ସ୍ବପ୍ନନା ଚୌଧୁରୀ, ଓ ସମ୍ମାନିତ ଅତିଥିଭାବେ ଆଇନଜିବୀ ଉର୍ମିଳା ପାଣିଗ୍ରାହୀ,ସଲ୍ଲାମଣୀ ଟୁଡୁ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ! ୯୦ରୁ ଉର୍ଦ୍ଧ ମାଗଣାରେ ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇଥିଲା ! ଆଗାମୀ ଦିନରେ ଅସହାୟ ଲୋକମାନଙ୍କୁ ତୃଣମୂଳସ୍ତରରୁ ଚିହ୍ନଟ କରାଯାଇ ସମସ୍ତ ମୌଳିକ ସୁବିଧା ଓ ସରକାରୀ ସହାୟତା ଯୋଗାଇ ଦେବାପାଇଁ ମୁଖ୍ୟଅତିଥି ସୁକୃତି ଚାରିଟେବୁଲ ଟ୍ରଷ୍ଟ ପରିଚାଳନା ନିର୍ଦେଶକା ତଥା ସମ୍ପାଦିକା ସ୍ୱୀକୃତି ଦାସ,

ମୁଖ୍ୟବକ୍ତା ଟ୍ରଷ୍ଟ ସଭାନେତ୍ରୀ ସ୍ବପ୍ନନା ଚୌଧୁରୀ ଓ ଗୋପାଳପୁର ଗ୍ରପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ବାରିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଅଛନ୍ତି ! ଏହି କାର୍ଯ୍ୟକ୍ରମକୁ ସୁକୃତି ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଦସ୍ୟମାନେ ସରପଞ୍ଚଙ୍କ ସହଯୋଗୀମାନେ ଉପସ୍ଥିତ ରହି ସହଯୋଗ ପରିଚାଳନ କରିଥିଲେ ! ଗୋପାଳପୁର ଗ୍ରାମାଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ବାରିକ ବିଭିନ୍ନ ସମୟରେ ପଞ୍ଚାୟତରେ ଚକ୍ଷୁ ଚିକିତ୍ସା ଶିବିର,

ଯୋଗ ଶିବିର,କିଶୋରୀ ବୋଲିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର, ଅନାଥ ପାଲମାନଙ୍କୁ ଥଇଥାନ କରିବା ,ଅସହାୟ ଗରିବଙ୍କୁ ବାସଗୃହ,ବିଭିନ୍ନ ସ୍ୱାସ୍ଥ୍ୟ ସେବା, ବୃକ୍ଷ ରୋପଣ ଭଳି ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମକୁ କରିଥିବାରୁ ଭାରତ ସରକାରଙ୍କ ଦ୍ୱାରା ସେବାନିଧି ପୁରସ୍କାର ଓ ମୁଖ୍ୟମନ୍ତ୍ରୀଠାରୁ ଶିକ୍ଷା ପୁରସ୍କାର ପାଇ ବୋଲଗଡ଼ ବ୍ଲକ ପାଇଁ ଗର୍ବ ଓ ଗୌରବ ଅଣିଥିବାରୁ ବୋଲଗଡ଼ ବ୍ଲକ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜସେବୀ, ରାଜନୀତିଜ୍ଞ ଓ ସାମ୍ବାଦିକମାନେ ପ୍ରମୁଖ ଉଚ୍ଚ ପ୍ରସଂଶା କରିଅଛନ୍ତି !

No Result
View All Result