No Result
View All Result
ବୋଲଗଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ସ୍ଥିତ ମା” ବୁଢ଼ୀ ଭୂଇଁଆଣୀ ଉର୍ନ୍ନୟନ ପରିଷଦ, ଭୂଇଁଆଣୀ ଦେବୀ ପରିଚାଳନା କମିଟି ଓ ବୋଲଗଡ଼ ଗ୍ରାମବାସୀମାନଙ୍କ ମିଳିତ ସହଯୋଗରେ ବୁଧବାର ଦିନ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମା “ବୁଢ଼ୀ ଭୂଇଁ ଆଣୀ ଦେବୀଙ୍କର ପବିତ୍ର ୬ତମ ବାର୍ଷିକ ମକର ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି !

ଏହି ପବିତ୍ର ମକର ଉତ୍ସବରେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ରଙ୍ଗାରଙ୍ଗ ସଂlସ୍କୃତିକ କାର୍ଯ୍ୟକ୍ରମ ସହିତ ସଂକ୍ରୀତ୍ତନ, ଦାସକାଠିଆ, ପlଲ୍ଲl ରାମନାଟକ ପରିବେଷଣ କରାଯାଇଥିଲା ! ଉତ୍ସବର ପ୍ରାରମ୍ଭରେ ବରିଷ୍ଠ ପୂଜକ ବସନ୍ତ ପ୍ରଧାନଙ୍କ ଦ୍ୱାରା ଅଧିବାସ, ହୋମଯଜ୍ଞ, ପୂର୍ଣ୍ଣାହୁତି, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲ! ! ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ମା” ବୁଢ଼ୀ ଭୂଇଁ ଆଣୀ ଠାକୁରାଣୀଙ୍କୁ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିଲେ !
ଏହି ମକର ଉତ୍ସବ କାର୍ଯ୍ୟକ୍ରମକୁ ମା ” ବୁଢ଼ୀ ଭୂଇଁଆଣୀ ଉର୍ନ୍ନୟନ ପରିଷଦ ଓ ଭୂଇଁଆଣୀ ଦେବୀ ପରିଚାଳନା କମିଟିର ସଦସ୍ୟ ରଘୁନାଥ ଦଳବେହେରା, ବୀରକିଶୋର ଦାସ, ଜୟକୃଷ ପଶ୍ଚିମ କବାଟ, ସନାତନ ପlଟ୍ଟଶାଣି ,ଲଲାଟେନ୍ଦୁ କେଶରୀ ସିଂହ, ଗଦାଧର ଚମ୍ପତି, ରାମଚନ୍ଦ୍ର ମାର୍ଥା, ଫକୀର ଫତେସିଂ, ରାଜେନ୍ଦ୍ର ପାଲଟାସିଂହ, ବଳଭଦ୍ର ମାର୍ଥା,ଗୌରାଙ୍ଗ ଚମ୍ପତିଙ୍କ ସମେତ ସମସ୍ତ ସଦସ୍ୟମାନେ ଏବଂ ବୋଲଗଡ଼ ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ !

No Result
View All Result