ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତୀ ଅବସରରେ ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ସାମୁହିକ ଗାନ ଓ ବିଭିନ୍ନ ପ୍ରତିଯୋଗିତା ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିଲା.ଓଡିଶା ସରକାର ର ନିର୍ଦେଶ ଅନୁସାରେ ସକାଳ ୧୧ ଟା ସମୟରେ ସଭାଗୃହରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀମାନେ ଉପସ୍ଥିତ ହୋଇ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ସାମୁହିକ ଭାବେ ଗାନ କରିଥିଲେ ।

ସାମୁହିକ ଗାନ ସରିବା ପରେ ରାଷ୍ଟ୍ର ଗାନ ର ମହତ୍ତ୍ୱ ଏବଂ ଏହା କିପରି ଭାରତର ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲା, ସେ ବିଷୟରେ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ଛାତ୍ରୀମାନଙ୍କୁ ଆଲୋକପାତ କରିଥିଲେ I ଓଡ଼ିଆ ବିଭାଗ ର ମୁଖ୍ୟ ଶ୍ରୀ ଯୁଧିଷ୍ଠିର ବେହେରା ରାଷ୍ଟ୍ର ଗୀତ ର ମହତ ଅର୍ଥ ସମ୍ଭନ୍ଧରେ ଛାତ୍ରୀମାନଙ୍କୁ ବୁଝେଇଥିଲେ I ଏହା ପରେ ବନ୍ଦେ ମାତରମ ଗୀତ କୁ ବିଷୟ ବସ୍ତୁକୁ ନେଇ ମହାବିଦ୍ୟାଳୟ ର ଛାତ୍ରୀମାନଙ୍କ ମଧ୍ୟରେ ରଙ୍ଗୋଲି, ବକୃତା, ଗୀତ,

ରଚନା ଆଦି ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା Iଓଡିଶା ସରକାର ଙ୍କ ପଞ୍ଚାୟତ ରାଜଗ୍ରାମ୍ୟ ଉନ୍ନୟନ ଓ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମହାବିଦ୍ୟାଳୟ ର ବନ୍ଦେ ମାତରମ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଛାତ୍ରୀ ମାନଙ୍କୁ ବନ୍ଦେ ମାତରମ ଗୀତ ଭାରତର ଜନ ମାନସରେ ଜାତୀୟତାବାଦ ସୃଷ୍ଟି କରି ଭାରତକୁ ସ୍ୱାଧୀନତା ଦେଇଥିଲା ତା ବିଷୟରେ ଉଦବୋଧନ ଦେଇଥିଲେ Iଏହି ଅବସରରେ କଣ୍ଟାବାଞ୍ଜି ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ମଧ୍ୟ ଉପସ୍ଥିତ ଥିଲେ I ମାନ୍ୟବର ମନ୍ତ୍ରୀ ଓ ମାନ୍ୟବର ବିଧାୟକ ଙ୍କ ଆଗମନ ଯୋଗୁଁ ଛାତ୍ରୀ,ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥିଲା I















