No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗଙ୍କ ନେତୃତ୍ବରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଟିପିଏସଓଡିଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫାଟକରେ ତାଲା ପକାଇ ଦିଆଯାଇଥିଲା । ଟାଟା ପାୱାର ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ଗ୍ରାହକମାନଙ୍କ ପାଖରୁ ଆଦାୟ କରିବା ପାଇଁ ଯେଉଁ ନୋଟିସ୍ ପଠାଇଛନ୍ତି, ତାହା ଓଡ଼ିଶା ସରକାରଙ୍କ ବିଦ୍ୟୁତ ଆଇନ ୨୦୦୩, ପରିବର୍ତ୍ତିତ ଆଇନ ୨୦୧୯ ଧାରା (୬୧ରୁ ୬୬)କୁ ବିରୋଧ କରୁଥିବାରୁ ତା’କୁ ପ୍ରତ୍ୟାଖାନ କରିବାକୁ ଦାବି କରାଯାଇଛି।

ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିବା ବେଳେ ୟୁନିଟ୍ ପିଛା ବିଜୁଳି ଦର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସର୍ବାଧିକ ଆମ କୋଇଲା, ଆମ ପାଣିରୁ ବିଜୁଳି ଉତ୍ପାଦନ ହେଉଛି ଉପଭୋକ୍ତା କାହିଁକି କୋଇଲା ନ ଥିବା ରାଜ୍ୟଗୁଡ଼ିକ ଅପେକ୍ଷା କମ୍ ସୁବିଧା ପାଇବେ? ପଞ୍ଜାବ ବର୍ଷକୁ ୧୭,୧୧୦ କୋଟି ଟଙ୍କାର ସବ୍ସିଡି ଦେଇ ପ୍ରତି ଗ୍ରାହକଙ୍କୁ ୩୦୦ ୟୁନିଟ୍ ମାଗଣା ଓ ଚାଷୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଦେଉଥିବା ବେଳେ ଓଡ଼ିଶାରେ ଘରୋଇ ଉପଭୋକ୍ତା କିମ୍ବା ଚାଷୀ କାହାକୁ ବି ଟଙ୍କାକର ବିଜୁଳି ମାଗଣା ଦିଆଯାଉ ନାହିଁ | ନୂଆବର୍ଷରୁ ଉପଭୋକ୍ତାଙ୍କୁ ୩୦୦-୪୦୦ ୟୁନିଟ୍ ମାଗଣା ବିଜୁଳି, କୃଷିକ୍ଷେତ୍ରକୁ ଦେୟ ସମ୍ପୂର୍ଣ୍ଣ ଛାଡ଼ ସହ ଅନ୍ୟାନ୍ୟ ଦାବି କଂଗ୍ରେସ ତରଫରୁ ଉପସ୍ଥାପନ କରାଯାଇଥିଲା ।
ରାଜ୍ୟରେ ବିଦ୍ୟୁତ କ୍ଷେତ୍ରର ପୁନବିନ୍ଯାସ ପାଇଁ 25 ହଜାର କୋଟି ଟଙ୍କାରୁ ଅଧିକ ବିତରକ କମ୍ପାନି ମାନଙ୍କୁ ପ୍ରଦାନ କରାଯାଇଛି । ଉନ୍ନତମାନର ଟ୍ରାନ୍ସଫରମର, କେବୁଲ, ଖୁଣ୍ଟ ଓ ଅନ୍ୟାନ୍ୟ ସରଞ୍ଜାମ ଲଗାଯିବା ସହିତ ଭିତ୍ତଭୂମି ବିକାଶ ପାଇଁ ଏହି ଖର୍ଚ୍ଚ କରାଯାଇଛି ବୋଲି କୁହାଯାଇଛି। କିନ୍ତୁ, ଏ ପର୍ଯ୍ୟନ୍ତ ଏହାର ଅଡିଟ୍ ହେଉନାହିଁ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି. ଏହି ସମାବେଶରେ କଂଗ୍ରେସ ନେତା ସଂଗ୍ରାମ ସାହୁ, ସୂର୍ଯ୍ୟନାରାୟଣ ପାତ୍ର, ପାର୍ଥରାଜ ପାଳ, ରାଜା ପାତ୍ର, ମାମାଲି କାଜି, ଈଶ୍ବର ମାଝୀ, ଲକ୍ଷ୍ମଣ ବଳିଆର ସିଂହ, ମଣ୍ଡଳ, ମୀନ ଜାଖବ ରଇତ, ଲବ ସାହୁ, ସନ୍ତୁ ରଥ, ରାମ ଦଳେଇ, ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

No Result
View All Result