ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ଜାତୀୟ ଖାଉଟି ଦିବସ ଅବସରରେ ଗ୍ରାହକ ଅଧିକାର କମିଟି ଗଜପତି ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୯୮୬ ମସିହା ଡ଼ିସେମ୍ବର ୨୪ ତାରିଖ ଆଜିର ଦିନରେ ଗ୍ରାହକ ସୁରକ୍ଷା ଆଇନ୍,୧୯୮୬ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା, ଯାହା ଗ୍ରାହକ ବା ଖାଉଟି ଙ୍କ ପାଇଁ ଏକ ବ୍ୟାପକ ଅଧିକାର ସ୍ଥାପନ କରିଥିଲା । ଗଜପତି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଗ୍ରାହକ ଅଧିକାରର ଗୁରୁତ୍ୱ ଏବଂ ସୁରକ୍ଷା ବାବଦରେ ବ୍ୟାପକ ସଚେତନତାର ଆବଶ୍ୟକ ରହିଛି ।















