ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଖୋର୍ଦ୍ଧା ବରୁଣେଇ ପାଶ୍ୱର୍ବର୍ତ୍ତୀ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନର ତାଲିମ କେନ୍ଦ୍ର ପରିସରରେ ରାଜ୍ୟ ଶାଖା ଆନୁକୂଲ୍ୟରେ ଆୟୋଜିତ ୨୦ତମ ଜାମ୍ବୋରେଟ୍ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ର ଆଜି ଦିନଟି ଥିଲା ଦୁଃସାହସିକତା ଦିବସ । ପ୍ରାତଃ ୭.୩୦ଘଟିକା ସମୟରେ ଆରମ୍ଭ ହୋଇଯାଇଥିଲା ଶାରୀରିକ କୌଶଳ ପ୍ରଦର୍ଶନ ଯେଉଁଥିରେ କି ସ୍କାଉଟ ଓ ଗାଇଡ୍ମାନେ ସେମାନଙ୍କର ଶାରୀରିକ କଳା କୌଶଳର ପାରଦର୍ଶିତା ଦେଖାଇଥିଲେ ।















