No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ସୁକାନ୍ତ କୁମାର ଦଳlଇଙ୍କୁ ବୋଲଗଡ଼ ଖଣ୍ଡ ରାଷ୍ଟ୍ରୀୟ ସ୍ୱୟମ ସେବକ ସଙ୍ଘ ତରଫରୁ ସୋମବାର ଦିନ ଉତ୍ତରୀୟ ,ଫୁଲତୋଡ଼ା ଓ ବୀର ହନୁମାନଙ୍କ ଶକ୍ତି ତିଳକ ଲଗାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଅଛି | ଶ୍ରୀ ଦଳlଇ ପୂର୍ଵରୁ ଖୋର୍ଦ୍ଧା ଅଞ୍ଚଳରେ ଗୋ ମାଫିଆ,ବ୍ରାଉନ ସୁଗାର ଏବଂ ନିଶା ବେପାରୀଙ୍କ ନିଦ ହଜାଇ ଖୋର୍ଦ୍ଧା ଅଞ୍ଚଳରେ ଶାନ୍ତି ବଜାଇ ରଖିବାରେ ସଫଳ ହୋଇଥିଲେ !
ଆମେ ଶ୍ରୀ ଦଳlଇ ଙ୍କଠାରୁ ଆଶା ପ୍ରକାଶ କରୁଛୁ ବୋଲଗଡ଼ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅବାଧ ନିଶା ବ୍ୟବସାୟ, ଚୋରି, ଡକାୟତି, ଅନୁପ୍ରବେଶ ବାଂଲାଦେଶୀ,ରାହାଜାନି ଏବଂ ଗୋ ଚାଲାଣ ଉପରେ ରୋକ ଲଗାଇ ବୋଲଗଡ଼ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବେ ବୋଲଗଡ଼ ଖଣ୍ଡ ରାଷ୍ଟ୍ରୀୟ ସ୍ୱୟଂମ ସେବକ ସଙ୍ଘ ଆଶା ଓ ବିଶ୍ୱାସ ରଖିଛନ୍ତି l

No Result
View All Result