ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର) :- ଗତ କିଛି ଦିନ ଧରି ଜାଡରେ ଥରୁଛି ହିଞ୍ଜିଳିକାଟୁ ସହର ଓ ଆଖପାଖ ଅଞ୍ଚଳ। ଦୈନିକ ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ୧୩ – ୨୩ ଡିଗ୍ରୀ ମଧ୍ୟରେ ରହୁଛି । କାଁ ଭାଁ ଖରା ଅନୁଭୂତ ହେଉଥିବା ବେଳେ ଦିନସାରା ପାଗ ପାଉଁଶିଆ । ଚଳିତ ବର୍ଷର ଏଭଳି ହାଡ଼ ଭଙ୍ଗା ଶୀତର ପ୍ରକୋପ ସାଧାରଣ ଲୋକଙ୍କ ଠାରୁ ପଶୁ ପକ୍ଷୀଙ୍କୁ ମଧ୍ଯ କଲବଲ କଲାଣି । ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ସ୍ୱଚ୍ଛଳ ବର୍ଗର ଲୋକେ ପାଦରୁ ମୁଣ୍ଡ ଯାଏଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶୀତବସ୍ତ୍ର ପରିଧାନ କରିଥାନ୍ତି ।















