ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ କମେଇ ମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାଡେଶ୍ୱର ମୁର୍ମୁ ସଭାପତିତ୍ଵ କରିଥିଲେ । ତୁରେକେଲା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାଜେଶ କୁମାର ସିଂଦେଓ,ମାନ୍ଦଲା ସିଆରସିସି ଧନସିଂ ମାଝୀ ଅତିଥି ଭାବରେ ଯୋଗ ଦେଇଥିଲେ ।

ବିଦ୍ୟାଳୟର ଖେଳ ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ କ୍ରୀଡା ପରିଚାଳନା ଓ ନିରଞ୍ଜନ ସୁନା ମଂଚ ପରିଚାଳନା କରିଥିଲେ । ଶିକ୍ଷକ ପ୍ରମୋଦ କୁମାର ମାଝୀ,ଭୁଲେଶ୍ୱର ବାଗ,ରବିନ୍ଦ୍ର କୁମାର ଭୋଇ, ବିଦ୍ୟାଧର ନାଏକ,ମଳୟ ଚୌହାନ ଶିକ୍ଷୟିତ୍ରୀ ଅନିଶା ସାହୁ ସହଯୋଗ କରିଥିଲେ । କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶିକ୍ଷକ ବିମଳ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ ।














