ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ପାଲଟିଛି ପ୍ରଗତିର ପ୍ରୟୋଗ ଶାଳା । ଅନେକ ଯୋଜନା କରାଯାଉଛି । ଗୋଟିଏ ଯୋଜନା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇ ମୁଣ୍ଡ ଟେକି ପାରୁନାହାନ୍ତି । ଜାତୀୟ ରାଜପଥ ରକ୍ଷଣାବେକ୍ଷଣା ନାମରେ କୋଟି କୋଟି ଟଙ୍କା ଚଳୁ କରାଯାଉଛି ବୋଲି ଆମ ଆଦମୀ ପାର୍ଟି (ଆପ)ର ପୁରୀ ଜିଲ୍ଲା ସଭାପତି ସଞ୍ଜିବ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ବିସ୍ଫୋରକ ତଥ୍ଯ ପ୍ରଦାନ କରିଛନ୍ତି । ହରେକୃଷ୍ଣପୁର – ମଙ୍ଗଳାଘାଟ – ଷ୍ଟର୍ଲିନ ଛକ ପ୍ରାୟ ୧୧ କିଲୋମିଟର ରାସ୍ତାରେ ୫ ହଜାର ଭୂତ ଗଛ ନାମରେ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ କରିଛନ୍ତି ।















