କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ସରକାରଙ୍କର ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ୩ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଫିରିଙ୍ଗିଆର ଜୟ ହନୁମାନ ଗୃପ, ମାଶ୍ରିପଦର ଆଡବ୍ଲୁସି ଓ ମାଶ୍ରିପଦର ପିଏଚସି, ବନ୍ଧଗଡ଼ର କସମ, ସାରଙ୍ଗଡର ଟ୍ୟାଙ୍କ, କୁଡୁତୁଳି ଏସ୍ ଏସ୍ ଡି ବିଦ୍ୟାଳୟ ଓ ହଷ୍ଟେଲ ଓ ଫୁଲବାଣୀ ବସଷ୍ଟାଣ୍ଡ ସ୍ଥିତ ଆହାରକେନ୍ଦ୍ର ଆଦି ସ୍ଥାନ ଗସ୍ତ କରି ଏହାର କାର୍ଯ୍ୟକାରିତା ଏବଂ କିପରି ଜନସାଧାରଣ ଏହାର ପୂର୍ଣ୍ଣମାତ୍ରାରେ ଲାଭପାଇପାରିବେ ସେ ବିଷୟରେ ଅଧିକାରୀ ଓ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ ।















