ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ନାଚୁଣୀ ସ୍ଥିତ ମାଧଵନନ୍ଦ ଇଂରାଜୀ ମାଧ୍ୟମ ଵିଦ୍ୟାଳୟ ର ୧୦ମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କାଳିଜାଈ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ର ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଶାନ୍ତ କୁମାର ଦାଶ-ମୁଖ୍ୟଵକ୍ତା,

ପ୍ରାକ୍ତନ ବାଣପୁର ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ,ବଡପୋଖରିଆ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ସରସ୍ଵତୀ ଶିଶୁମନ୍ଦିର, ବାଣପୁର ର ଅଧ୍ୟକ୍ଷ ଶ୍ରୀ ବତ୍ସ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ର ମହତ୍ତ୍ୱ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସତ୍ ଚରିତ୍ର ର ଅଧିକାରୀ ହେବା ହିଁ ଶିକ୍ଷା ର ଆଭିମୁଖ୍ୟ ବୋଲି ଅଭିଭାଷଣ ଛଳରେ ଉଦ୍ ଵୋଧନ ଦେଇଥିଲେ।















