ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ବୋଲଗଡ଼ ମହୋତ୍ସବର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଜାନକୀବଲ୍ଳଭ ପାଢ଼ୀଙ୍କ ସ୍ମୃତି ଉଦେଶ୍ୟରେ ବୋଲଗଡ଼ ଫ୍ରେଣ୍ଡସ କ୍ଳବ ଆନୁକୂଲ୍ୟରେ ଓ ଫ୍ରେଣ୍ଡସ କ୍ଳବ ସମ୍ପାଦକ ଭଞ୍ଜକିଶୋର ଯତିଙ୍କ ଆବାହକତ୍ୱରେ ୨୫ତମ ଜାନକୀ ପାଢ଼ୀ ମୋମୋରିଆଲ ରାଜ୍ୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସ ରବିବାରଦିନ ବୋଲଗଡ଼ସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଅଛି !

ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥିଭାବେ ବୋଲଗଡ଼ ମହୋତ୍ସବ କମିଟିର ଉପଦେଷ୍ଟା ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର କୋଷlଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ ଓ ସଂମ୍ମାନିତଅତିଥି ଭାବେ ଭାରତୀୟ ଜନତା ଦଳର ସମବାୟ ମୁଖ୍ୟ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ଆଇନଜୀବୀ ବଵୀରକିଶୋର ଦlସ, ଅଶ୍ୱିନୀ କୁମାର ପଟ୍ଟନାୟକ ଓ ସାମ୍ବାଦିକ ପ୍ରଫୁଲ କୁମାର ସିଂହ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ! ଏହି ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଇଟାମାଟି ଯଦୁମଣି ଅlର୍ଥଲେଟିକ ଓ ଭୁବନେଶ୍ୱର ଡାଇମଣ୍ଡ ଫୁଟୁବଲ କ୍ଳବ ମଧ୍ୟରେ ଚିତାକର୍ଷକ ଫୁଟୁବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା !

ଉଭୟ ଖେଳାଳିଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ଦର୍ଶକମାନଙ୍କର ମନ ଜିଣିଥିଲା ! ପରେ ଟ୍ରାଏ ବେକର ମାଧ୍ୟମରେ ଇଟାମାଟି ଯଦୁନାଥ ଅlର୍ଥଲେଟିକ ୦-୫ଗୋଲ ଦେଇ ବିଜୟୀ ହୋଇଥିବାବେଳେ ଭୁବନେଶ୍ୱର ଡାଇମଣ୍ଡ ଫୁଟୁବଲ କ୍ଳବ ୦-୪ଗୋଲ ଦେଇ ଇଟାମାଟି ଯଦୁନାଥ ଅlର୍ଥଲେଟିକଠାରୁ ପରାସ୍ତ ହୋଇଥିଲା ! ଏହି ଚିତାକର୍ଷକ ଫୁଟୁବଲ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ଫୁଟୁବଲ ଟିମ ପକ୍ଷରୁ ନାଇଜେରିଆ ଦେଶର ୫ଜଣ ଖେଳାଳି ଆଜି ଦର୍ଶକଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ !

ଏହି ଦ୍ୱିତୀୟ ଦିବସ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ମ୍ୟାଚକୁ ରେଫରୀ ଭାବେ ଚିତ୍ତରଞ୍ଜନ ପରିଡା ଓ ଲାଇନସ ମ୍ୟାନଭାବେ ଲଷ୍ମୀଧର ଚୌଧୁରୀ ଓ ସିରାଜଉଦ୍ଧିନ ବେଗ ପ୍ରମୁଖ ପରିଚାଳନା କରିଥିଲେ ! ଇଟାମାଟି ଫୁଟୁବଲ ଦଳ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି ! ଆସନ୍ତାକାଲିର ଫୁଟୁବଲ ମ୍ୟାଚ ଜଟଣୀ ଫୁଟୁବଲ କ୍ଳବ ସହିତ ବାଇଗୁଣିଆ ଫୁଟୁବଲ ଦଳ ମଧ୍ୟ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଭଞ୍ଜକିଶୋର ଯତି ଗଣମାଧ୍ୟ୍ୟମକୁ ସୂଚନା ଦେଇଛନ୍ତି ! ବୋଲଗଡ଼ ଫ୍ରେଣ୍ଡସ କ୍ଳବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ !














