ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ପୁରାଣ ପ୍ରସିଦ୍ଧ ଓଡିଶାର ହିମାଳୟ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ପୁରାତନ ମଠ ଓ ମନ୍ଦିର ଆଦି ବିଦେଶୀ ଭକ୍ତଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥିବା ଲକ୍ଷ୍ୟ କରାଯାଇଛି। ଗତ ଶନିବାର ଓ ରବିବାର ବହୁ ସଂଖ୍ଯକ ବିଦେଶୀ ଭକ୍ତ ଗଜପତି ଜିଲ୍ଲାରେ ପହଞ୍ଚି ମହେନ୍ଦ୍ରଗିରି ପରିଭ୍ରମଣ କରିବା ପରେ ପାରଳା ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ଓ ମଠ ମନ୍ଦିର ବର୍ତ୍ତମାନ ଦର୍ଶନ କରିବା ପାଇଁ ପ୍ରଥମ ପସନ୍ଦ ଆସୁଛି ବିଦେଶୀଙ୍କୁ ।















