ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କମଳାପୁର ଛକରେ ମହନା ପୋଲିସ ଚଢାଓ କରି କଣ୍ଟେନର ରୁ ୬ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଯାହାର ବଜାର ଦର ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି l ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ହରିୟାଣା ରାଜ୍ୟର ମନୋଜ କୁମାର ତୋମାର ଓ ଅଭିନାଶ କୁମାର ବୋଲି ଥାନା ଅଧିକାରୀ ସୁଜିତ ନାୟକ କହିଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଆଜି ଭୋର ସମୟରେ ଏକ କଣ୍ଟେନର ଗାଡି ନମ୍ବର ( ଏଚ ଆର 38 Q 9839 ) ରାୟଗଡା ଜିଲ୍ଲା କେନ୍ଦୁଗୁଡା ଅଂଚଳରୁ ଆସୁଥିଲା ।
ଏହି ମୋହନା ପୋଲିସ ପକ୍ଷରୁ କମଳାପୁର ଛକରେ ପେଟ୍ରୋଲିଂ ଚାଲିଥିଲା । ପୋଲିସ ଏହି କଣ୍ଟେନର କୁ ଯାଞ୍ଚ କରିଥିଲେ ।ଯାଞ୍ଚ ପରେ ଏଥିରେ ୨୦ଟି ବସ୍ତାରେ ୬୦ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । ଏହି ଗଞ୍ଜେଇ କେନ୍ଦୁଗୁଡା ଅଂଚଳରୁ ହରିୟାଣା ଚାଲାଣ ହେଉଥିଲା । କଣ୍ଟେନର ର କେବିନ ରେ ଥିବା ସିକ୍ରେଟ ଚାମ୍ବର ରେ ଗଂଜେଇ ରଖି ମଗ୍ଧକ୍ଟଭରକ୍ସ ସହ ଚାଲାଣ କରୁଥିଲେ ଅଭିଯୁକ୍ତ । ଜବତ ଗଞ୍ଜେଇ ର ଅନୁମାନିକ ମୂଲ୍ୟ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି । ଶନିବାର ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । (ଗରୁଡ଼ ଧ୍ୱଜ ଚୌଧୁରୀ )














