ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ପୋଲିସ ୧୩ ଜଣ ଦାଦନ ଶ୍ରମିକଙ୍କ ଓ ୪ ଟି ଛୁଆଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୂକୁ ସର୍ଦାରକୁ ଗିରଫ କରିଛି। ତୁରେକେଲା ଥାନା ଅନ୍ତର୍ଗତ ମହୁଲବାହାଳି ଗାଁ ନିକଟରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । କାଗଜପତ୍ର ଯାଞ୍ଚ ପରେ ବେଆଇନ ଭାବେ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା ।

ଶ୍ରମିକମାନେ ତୁରେକେଲା ଥାନା ଅନ୍ତର୍ଗତ ମହୁଲବାହାଳି ଗାଁ ଓ କୋମନା ଥାନା ନଗାଁର ବୋଲି ଜଣାପଡ଼ିଛି। ପୋଲିସ ଗୋଟିଏ ମାମଲା ୩୪୧/୨୫ ରୁଜୁ କରି ଅଭିଯୁକ୍ତ ମହୁଲବାହାଳି ଗାଁର ଦାଦନ ସର୍ଦ୍ଦାର ପିତବାସ ତାଣ୍ଡି ଓ ଘନ ତାଣ୍ଡି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧୂକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।














