ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- “ସାଗର ପ୍ରାଣ୍ ତାଲାମାଲାଲା” ଏହି କାଳଜୟୀ ପଂକ୍ତିଗୁଡିକ ଅଗଣିତ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ପ୍ରଜ୍ଜ୍ୱଳିତ କରିଛି । ସ୍ୱତନ୍ତ୍ରବୀର ବିନାୟକ ଦାମୋଦର ସାଭରକର ୧୧୬ ବର୍ଷ ପୂର୍ବେ ଏହି କିମ୍ବଦନ୍ଦୀ କବିତାର ରଚନା କରିଥିଲେ । ଏହି ଐତିହାସିକ ଅବସରକୁ ପାଳନ କରି ଭାଲ୍ୟୁବଲ ଗ୍ରୁପ ପକ୍ଷରୁ ଆଜି (ଡିସେମ୍ବର ୧୨ ତାରିଖ) ଅପରାହ୍ନ ୩ଟାରେ ଆଣ୍ଡାମାନର ଶ୍ରୀ ବିଜୟ ପୁରମଠାରେ ‘ସାଗର ପ୍ରାଣ୍ ତାଲାମାଲାଲା’ ଶୀର୍ଷକ ଏକ ବିଶାଳ ସ୍ମାରକୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ବେଓଦାନାବାଦଠାରେ ସମୁଦ୍ର ଉପକୂଳରେ ସ୍ୱତନ୍ତ୍ରବୀର ବିନାୟକ ଦାମୋଦର ସାଭରକର୍ଙ୍କର ଏକ ବିଶାଳ ପ୍ରତିମୂର୍ତି ଉନ୍ମୋଚନ କରାଯାଇଛି ।
ରାଷ୍ଟ୍ରୀୟ ସ୍ୱୟଂସହାୟକ ସଂଘର ସରସଂଘଚାଳକ ଡଃ ମୋହନ ଭାଗବତ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ପ୍ରତିମୂର୍ତି ଉନ୍ମୋଚନ କରିଥିଲେ । ଏହି ବିଶାଳ ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ଆଣ୍ଡାମାନ ଓ ନିକୋବରର ଶ୍ରୀ ବିଜୟପୁରମର ଲେଫ୍ଟେନାଂଟ ଗଭର୍ଣ୍ଣର ଆଡ୍ମିରାଲ (ଅବସରପ୍ରାପ୍ତ) ଦେବେନ୍ଦ୍ର କୁମାର ଯୋଶୀ ଏବଂ ମହାରାଷ୍ଟ୍ରର ସାଂସ୍କୃତିକ ବ୍ୟାପାର ଓ ଆଇଟି ମନ୍ତ୍ରୀ ଆଡ୍ଭୋକେଟ ଆଶିଷ ସେଲାରଙ୍କ ସମେତ ଭାଲ୍ୟୁବଲ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଅମିୟ ହେଟେ ଯୋଗ ଦେଇଥିଲେ ।ସାଭରକରଙ୍କ ଏହି ପ୍ରତିମୂର୍ତିକୁ ନିକଟରେ ମହାରାଷ୍ଟ୍ର ଭୂଷଣରେ ସମ୍ମାନିତ ଶ୍ରୀରାମ ସୁତାର ଡିଜାଇନ ଓ ନିର୍ମାଣ କରିଛନ୍ତି ।














