ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :-  ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେଲା ବାଇକ୍ । ଘଟଣାସ୍ଥଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବିରାଗୁଡ଼ା ଗ୍ରାମ ନିକଟରେ ।

ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନ ସମୟରେ ତିନିଜଣ ଯୁବକ ଏକ କେଟିଏମ୍ ବାଇକ୍ ନଂ. ଓଡି-୧୨-ଜି- ୩୯୬୮ ରେ ବାରଖମା ଅଞ୍ଚଳରୁ ବାଲିଗୁଡ଼ା ଅଭିମୁଖେ ଦୃତ ଗତିରେ ଆସୁଥିବା ବେଳେ ବିରାଗୁଡ଼ା ନିକଟସ୍ଥ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ ।

ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରି ଗୁରୁତର ବାଇକ୍ ଆରୋହୀଙ୍କୁ

ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ମୃତକଙ୍କ ପରିଚୟ ଏଯାବତ୍ ଅସ୍ପଷ୍ଟ ରହିଥିବା ବେଳେ ସମସ୍ତେ ବାଟାଗୁଡ଼ା ପଞ୍ଚାୟତ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।