No Result
View All Result
ଜନ ସେବା,ସମାଧlନ ଓ ସଚେତନତା ବ୍ଲକ ପ୍ରଶାସନର କାର୍ଯ୍ୟ
ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଓ ବୋଲଗଡ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପଞ୍ଚାୟତ ଅଫିସର ତଥା ପଲ୍ଲୀ ପ୍ରଶାସନ ସେବା ନୋଡାଲ ଅଫିସର ସାମଳେନ୍ଦୁ ନାୟକଙ୍କ ଆବାହକତ୍ୱରେ ଗ୍ରାମପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଓ ଜନ ସେବା କାର୍ଯ୍ୟକ୍ରମ ସୋମବାର ଦିନ ଖଙ୍ଗୁରିଆ ପଞ୍ଚାୟତ ଅନ୍ତର୍ଗତ ହରିପୁରଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l

ଏହି କlର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଜିଲ୍ଲା ପଞ୍ଚାୟତ ଅଫିସର ତଥା ପଲ୍ଲୀ ପ୍ରଶାସନ ସେବା ନୋଡାଲ ଅଫିସର ସାମଳେନ୍ଦୁ ନାୟକ, ମୁଖ୍ୟବକ୍ତା ଭାବେ ବୋଲଗଡ ତହସିଲଦlର ବିଜୟ କୁମାର ସେଠୀ ଓ ସମ୍ମାନିତ ଅତିଥିଭାବେ ଖଙ୍ଗୁରିଆ ଗ୍ରାମପଞ୍ଚୟତ ସରପଞ୍ଚ ଜଳଧର ମହାନ୍ତି , ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ସାହୁ ଓ ସମିତି ସଭ୍ୟା ବିନୋଦିନୀ ଦତ୍ତ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l

ଏହି ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମରେ କୃଷି, ପଞ୍ଚାୟତିରାଜ, ମସ୍ୟ ଓ ପଶୁ ପାଳନ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ଶିଶୁ କଲ୍ୟାଣ ବିଭାଗ,ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଶିକ୍ଷା ଇତ୍ୟାଦି ବିଭାଗ ଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ( ୨୭୨ )ଜଣ ଲୋକମାନଙ୍କର ଲିଖିତ ଅଭିଯୋଗକୁ ପଞ୍ଜିକୃତ କରିଥିଲେ ଓ ୧୭୪ ଟି ଲିଖିତ ଅଭିଯୋଗକୁ ତୁରନ୍ତ ଆଶୁ ସମାଧାନ କରିଥିଲେ l ୯୮ଜଣ ଲୋକମାନଙ୍କର ଲିଖିତ ଅଭିଯୋଗ ଗୁଡିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l

ଲୋକମାନେ କିପରି ଶୀଘ୍ର ପ୍ରଶାସନିକ ସେବା ପାଇପାରିବେ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବୋଲଗଡ ବ୍ଲକ ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରେ ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମ କରାଯାଉଅଛି ବୋଲି ନୋଡାଲ ଅଫିସର ସାମଳେନ୍ଦୁ ନାୟକ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ l ବ୍ଲକ ପଲ୍ଲୀ ପ୍ରଶାସନ ସେବା ମାଧ୍ୟମରେ ଲୋକମାନଙ୍କର ସମସ୍ତ ସମସ୍ୟା ସମାଧାନ ହୋଇପାରିବ ବୋଲି ଖଙ୍ଗୁରିଆ ଗ୍ରାମପଞ୍ଚୟତ ସରପଞ୍ଚ ଜଳଧର ମହାନ୍ତି ଓ ସମିତିସଭ୍ୟା ବିନୋଦିନୀ ଦତ୍ତ ପ୍ରମୁଖ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ l

ସମସ୍ତ ଜନ ସେବା,ସମାଧାନ ଓ ଜନ ସଚେତନତା କାର୍ଯ୍ୟକ୍ରମରେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ ଓ ବ୍ଲକ ମୁଖ୍ୟ କିରାଣୀ ଆଲୋକ କୁମାର ଜେନା ପ୍ରମୁଖ ଯୋଗଦେଇ ଲୋକମାନଙ୍କର ସମସ୍ୟା ସମାଧାନ କରିବାରେ ସହଯୋଗ କରିଥିଲେ l ଖଙ୍ଗୁରିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର ନାଥ ପରିଡା ଓ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭକାନ୍ତ ରାଉତରାୟ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ସ୍ଥାନୀୟ ସରପଞ୍ଚ ଜଳଧର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result